ବେଲପଡ଼ା, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନୁର୍ଗତ ଦାବ୍ରି ଗ୍ରାମର ମାଁ ଦୁଆରସନୀ ୟୁଥ୍ କ୍ଲବ୍ ପକ୍ଷରୁ ଆଜି ତୁରେକେଲା ବ୍ଲକ ବିଡ଼ିଓ ଙ୍କୁ ଗାଁର ଅନେକ ସମସ୍ୟା କୁ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ଗାଁର ବସ୍ତି ୩ ଛକ ରାସ୍ତା ଠାରୁ ନେଇ କି ଗଣ୍ଡାପଡ଼ା ପହରି ମଣ୍ଡପ ପାଇଁ ସିମେଣ୍ଟ ରାସ୍ତା,ଅଙ୍ଗନୱାଡି କେନ୍ଦ୍ର ଠାରୁ ଟାଣପଡ଼ା ପାଇ କକ୍ରିଟ ରାସ୍ତା,

ସମସ୍ତ ପଡ଼ାର ରୋଡ ରାସ୍ତା ଉପରେ ପାଣି ଜମି ରହୁଥିବା ଯୋଗୁଁ ଡ୍ରେନ ପାଇଁ ବ୍ୟବସ୍ଥା ଓ ଗାଁ ବସ୍ତି ଛକ ଠାରୁ ମାଟିଗୁଡ଼ି ପର୍ଯ୍ୟନ୍ତ ଡ୍ରେନ ପାଇଁ ଦାବି ପତ୍ର ଦିଆଯାଇଛି।ଗାଁର ୫ ଟି ପଡ଼ାରେ ବିଦ୍ୟୁତ୍ ସଂଯୋଗ ନାହିଁ ବୋଲି ବିଡିଓ ଙ୍କୁ ଲେଖା ଦେଇଛନ୍ତି ।
ବିଡ଼ିଓ କହିଛନ୍ତି ରୋଡ ରାସ୍ତା ଡ୍ରେନ ବଡ ସମସ୍ୟା ଉପରେ ନଜର ଦେବା ବୋଲି କହିଛନ୍ତି ଓ ଲାଇଟ୍ ପାଇଁ ହିଆଳ ପଞ୍ଚାୟତ ସରପଞ୍ଚ ଙ୍କୁ ଜଣାନ୍ତୁ ବୋଲି ନିଜର ମତ ଦେଇଛନ୍ତି । ଅଭିଯୋଗ ପତ୍ର ଦେବା ସମୟ ରେ ଦୁଆରସନି ୟୁଥ୍ କ୍ଲବ୍ ର ସଭାପତି ଶ୍ରୀ ରାଜୁ ଛତ୍ରିଆ, କ୍ଲବ୍ ସହଯୋଗୀ ଶ୍ରୀ ରୁକ୍ଷ କର୍ଷା ଚନ୍ଦନ, ଏକଟିପ ମେମ୍ବର ଜିତେନ୍ଦ୍ର ଚନ୍ଦନ, ବିଦୁର ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।














