No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ମାନବ ସେବା ହି ମାଧବ ସେବା ପରିକା ମହତ୍ ଉଦ୍ଦେଶ୍ୟ କୁ ନେଇ ଆଜି ମଙ୍ଗଳବାର ସନ୍ଧ୍ୟା ସମୟରେ କଣ୍ଟାବାଞ୍ଜି ସ୍ଥିତ ହରି ଭବନ ଠାରେ ନାଗରିକ କମିଟି ଗଠନ କୁ ନେଇ ଦ୍ଵିତୀୟ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଅନେକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଅନେକ ବିଷୟ ଓ ପଦ ପଦବୀ କୁ ନେଇ ଆଲୋଚନା କରାଯାଇଥିଲା ।

ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ନାଗରିକ କମିଟିର ସଭାପତି ଭାବେ ଅରୁଣ ତାଣ୍ଡି ଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ରାଜୁ ଛତ୍ରିଆ ,ସମ୍ପାଦକ ପ୍ରକାଶ ପ୍ରଧାନ,ସହ ସମ୍ପାଦକ ଜିତୁ ସୁନା(ରୁରେନ୍ଦ୍ର ସୁନାନି) କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲ ଓ ସହ କୋଷାଧ୍ୟକ୍ଷ ଭାବେ ନୀଲେଶ ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା । ଆଇନ ପରାମର୍ଶଦାତା ଭାବେ କଣ୍ଟାବାଞ୍ଜି ଯୁବ ଆଇନ ଜିବି ବିଭୂତି ଭୂଷଣ ଗୁରୁ,ସାମ୍ବାଦିକ ପରିଚାଳକ ଭାବେ ସାମ୍ୱାଦିକ ପ୍ରମୋଦ ବେହେରା ଓ କୁଶଳ ଠାକୁର,ଆକ୍ଟିଭ ମେମ୍ବର ଭାବେ ଲୋକେଶ ଭୋଇ,
ବିଶାଳ ତାଣ୍ଡି,ସନ୍ତୋଷ ଅଗ୍ରୱାଲ,ମନୋଜ ଚିନାଗୁନ୍ନ,ସୁଶୀଲ ବେହେରା,ରଘୁନାଥ ବନଛୋର,ଟେମୁ ନାୟକ,ଦିଗେଶ୍ୱର ଠେଲା,ପ୍ରତାପ ବନଛୋର,ଅମିତ ଦାଶ ପ୍ରମୁଖ ଙ୍କୁ ନେଇ ସଂଗଠନ ପ୍ରସ୍ତୁତ କରାଗଲା । ପ୍ରତ୍ୟେକ ମାସରେ ସଂଗଠନର ସୁପରିଚାଳନା ଓ ଆର୍ଥିକ ବ୍ୟବସ୍ତା କୁ ଦୃଷ୍ଟିରେ ରଖି ମାସିକ ଅନୁଦାନ ବା ଫଣ୍ଡ କଳଲେକ୍ସନ ପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ସ୍ଥିର କରାଗଲା । ଆଗାମୀ ବୈଠକରେ କିଭଳି ଭାବରେ ସରକାରୀ ମାନ୍ୟତା ଅନୁଯାଇ ରେଜିଷ୍ଟ୍ରେସନ କରାଯିବ ଏବଂ ପଦ ପଦବୀ କୁ ନେଇ କିଛି ସ୍ୱଳ୍ପ ମାତ୍ରା ରେ ସଂଶୋଧନ କରି ସଂଗଠନ କୁ ଆଗକୁ ନିଆଯିବ ବୋଲି ଆଲୋଚନା କରାଯାଇଥିଲା । ପରିଶେଷରେ ସମସ୍ତଙ୍କର ସହମତି କ୍ରମେ ବୈଠକ ସମାପ୍ତ କରାଗଲା ।

No Result
View All Result