ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ଗତ ତା୨୨.୧୨.୨୦୨୫ରିଖ ଠାରୁ ଆୟୋଜିତ ହୋଇଥିବା ୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ସ୍କାଉଟ ଗାଇଡ୍ ମାନଙ୍କ ମଧ୍ୟରେ ଶାରୀରିକ କଳା କୌଶଳ ପ୍ରତିଯୋଗିତା, ପିଜାଣ୍ଟ ସୋ ସହ ପରିବେଶ ଅସନ୍ତୁଳନ କାର୍ଯ୍ୟକ୍ରମ, କ୍ୱିଜ୍ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।

ସାନ୍ଧ୍ୟ ଅଧିବେଶନରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ l ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ କଲର ପାର୍ଟି ଦ୍ୱାରା ସ୍କାଉଟ ଓ ଗାଇଡ୍ ମାନେ ମଞ୍ଚ ଉପରକୁ ପାଛୋଟି ନେଇ ପୁଷ୍ପଗୁଛ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ।

ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ସ୍ୱାଗତ ଭାଷଣରେ ଶିବିରର ଉଦ୍ଦେଶ୍ୟ ଏବଂ ଉପାଦେୟତା ତଥା ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଆୟୋଜନ ଯାହାକି ସ୍କାଉଟ ଓ

ଗାଇଡ୍ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ଏବଂ ସମ୍ପର୍କର ସେତୁ ନିର୍ମାଣ କରିବାରେ ସହାୟକ, ସେଭଳି ଆୟୋଜନ କରିବା ପରେ ସଂଗଠନର ଭୂମିକାକୁ ଉଚ୍ଚପ୍ରଶଂସା କରିବା ସହିତ ଶିବିରର ସଫଳତା କାମନା କରିଥିଲେ । ସମାଜ ସେବୀ (ଗୋରକ୍ଷଣ ସମିତି), ଅଶୁରେଶ୍ୱର ଶ୍ରୀ ବିଷ୍ଣୁ ଚରଣ ନାୟକ, ଶାରୀରିକ ଶିକ୍ଷାର ସହ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ପରିଡ଼ା ଏବଂ

ସହକାରୀ ରାଜ୍ୟ କମିଶନର ଶ୍ରୀ ଦୁଃଶାସନ ସ୍ୱାଇଁ ଯୋଗ ଦେଇଥିଲେ । ସ୍କାଉଟ ଓ ଗାଇଡ୍ମାନେ ଚିତ୍ତାକର୍ଷକ ନୃତ୍ୟ ଅତିଥିଙ୍କ ସମ୍ମୁଖରେ ପରିବେଷଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଜିଲ୍ଲା ଓ ସ୍କାଉଟ ଗାଇଡ୍ ମାନଙ୍କୁ ଫଳକ, ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।