ନୟାଗଡ଼:- (ଓଡିଶା ତାଜା ନ୍ୟୁଜ ) :- ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଦ୍ଵିତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି । ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଦ୍ବିତୀୟ ସଂନ୍ଧ୍ୟାରେ ସଭାପତିତ୍ବ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜିଲ୍ଲା ମହୋତ୍ସବ ହେଉଛି ହିସାବ ନିକାଶର ସ୍ଥାନ। ଜିଲ୍ଲାର ଉନ୍ନତି ହିଁ ଜିଲ୍ଲା ମହୋତ୍ସବରୁ ପ୍ରତିପାଦିତ ହୁଏ । ଗୋଟିଏ ଅଞ୍ଚଳର ଉତ୍ସବ ଐକ୍ୟ ଭାବକୁ ସାମ୍ନାକୁ ଆଣେ । ଯେଉଁ ଅଞ୍ଚଳର ସଂସ୍କୃତି ଯେତେ ସୁଦୃଢ଼ ହୁଏ, ସେହି ଅଞ୍ଚଳର ବିକାଶ ସେତେ ମଜବୁତ୍ ହୁଏ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ସଂଯୁକ୍ତା ପଢ଼ିଆରୀ, ଚିନ୍ମୟୀ ଦାଶ, ଉଜ୍ଜ୍ବଳ ମହାରଣା, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଆଜିର ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ମାଟିର ଝିଅ ବର୍ଣ୍ଣାଳି ହୋତା ଓ ଗ୍ରୁପ ଦ୍ଵାରା ଦର୍ଶକ ବିମୋହିତ ହୋଇଥିଲେ । କମେଡି ଷ୍ଟାର ପ୍ରଜ୍ଞା ଓ ଶଙ୍କର ଦର୍ଶକଙ୍କୁ ମତୁଆଲା କରିଥିଲେ ।














