ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ପୂଜ୍ୟ ପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଓ ଅନୁଷ୍ଠାନର ସଭାପତି ତଥା ରାଜ୍ୟ ବିଜେପି ଦଳର କାର୍ଯ୍ୟକାରୀଣି ସଦସ୍ୟ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ଆବାହକତ୍ୱରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟ୍ଟଳି ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ଭୀମପଡା ପଡିଆଠାରେ ଶୁକ୍ରବାରଦିନ ପାଳିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରରେ ବରିଷ୍ଠ ଶିକ୍ଷାବିତ୍ ପର୍ଶୁରାମ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ଶ୍ରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ଗରିବ,ଅସହାୟ ଓ ରୋଗୀମାନଙ୍କୁ ମାଗଣାରେ ଫଳ,ଧୋତି ଓ ଶାଢ଼ୀ ବଣ୍ଟନ କରାଯାଇଥିଲା l ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ବିନୋଦ ମହାରଣା,କୋଷାଧକ୍ଷ ଅଭିମନ୍ୟୁ ପଟ୍ଟନାୟକ,ଉପଦେଷ୍ଟା ରତିକାନ୍ତ ପଟ୍ଟନାୟକ,ସଦସ୍ୟ ଜଗବନ୍ଧୁ ମୁଦୁଲି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l

ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ଏକ ଦିବସୀୟ ଦିବାରାତ୍ର ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟ ଭୀମପଡାଠାରେ ଅନୁଷ୍ଠିତ ହୋଇଥିଲା l ଏହି କ୍ରିକେଟ ଟୁର୍ନାମେଣ୍ଟରେ ଫାସୀଓଦାଗ୍ରାମପଞ୍ଚୟତ ଅନ୍ତର୍ଗତ ୭ଟି କ୍ରିକେଟ ଦଳ ଖେଳରେ ଅଂଶଗ୍ରହଣ କରିଥିଲେ l ବରିଷ୍ଠ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ସମସ୍ତ ଖେଳକୁ ଅମ୍ପାୟାର ଭାବେ ଶିକ୍ଷକ ଜନ୍ମେଜୟ ମାଝୀ ଓ ଶିକ୍ଷକ ବିରଞ୍ଚି କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳ ପରିଚାଳନା କରିଥିଲେ l















