କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାବ ଓ ଭାଷାର ସମନ୍ବୟରେ ସାହିତ୍ୟ ସୃଷ୍ଟି ହୋଇଥାଏ । ସେହି ସାହିତ୍ୟକୁ ଆଧାରକରି ସାହିତ୍ୟିକମାନେ ଉତ୍ସବ ତଥା ମହୋତ୍ସବ କରିଥାନ୍ତି । ସେହି ମହୋତ୍ସବ ସାହିତ୍ୟିକ, ରାଜନେତା ଓ ବୁଦ୍ଧିଜୀବୀଙ୍କୁ ଗୋଟିଏ ମଂଚରେ ଏକାଠି କରିଥାଏ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଆନୁକୂଲ୍ୟରେ ଅନୁଷ୍ଠିତ ୪୩ତମ କୋରାଇ ମହୋତ୍ସବ- ୨୦୨୫ର ଉଦ୍ଘାଟନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଦୁଇଦିନିଆ ମହୋତ୍ସବକୁ ବୁଧବାର ସଂନ୍ଧ୍ୟାରେ ଉଦଘାଟକ ଭାବେ ଇଷ୍ଟର୍ଣମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଅଦଘାଟନ କରିବା ପୂର୍ବକ ଯାହା ସମାଜର ହିତ ସାଧନ କରିଥାଏ; ତାହା ସାହିତ୍ୟ ବୋଲି କହିଥିଲେ । ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ସମଗ୍ର ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ସାହିତ୍ୟ ଓ ମହୋତ୍ସବର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏଥ୍ ସହିତ କୋରାଇ ମହୋତ୍ସବକୁ ଆହୁରି ବଡଧରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠିତ ସଭା କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମଝୀଙ୍କ ଅଧ୍ୟକ୍ଷତା ହୋଇଥିବାଳେ ମୁଖ୍ୟବକ୍ତା ଭାବେ ପ୍ରାଣକୃଷ୍ଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ମହାନ୍ତି ଯୋଗଦେଇ ସାହିତ୍ୟ ଚିରକାଳ ମଣିଷକୁ ବନ୍ଧୁତାର ବନ୍ଧନରେ ବାନ୍ଧିରଖେ ବୋଲି କହିଥିଲେ । ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଘଂଟିଆ ପ୍ରାରମ୍ଭିକ ସୂଚନ ଦେବାସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ସଂସଦର ମୁଖପତ୍ର କସ୍ତୁରୀକୁ ଅତିଥ୍ଭମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା ବେଳେ ବିଶିଷ୍ଟ ଔପନ୍ୟାସିକା ଜୟନ୍ତୀ ଜେନାଙ୍କୁ ଡକ୍ଟର ରମେଶ ଚନ୍ଦ୍ର ମହାନ୍ତି ସାରସ୍ଵତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଦସନର କାର୍ଯ୍ୟକାରୀ ସଂପାଦକ ଦୟାନିଧୂ ନାୟକ ମଂଚ ପରିଚାଳନା କରିଥିଲା ବେଳେ ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିଲେ ଓ ସଂଗଠନ ସଂପାଦକ ଭୁବନ ମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ପୂର୍ବାହ୍ନରେ ପ୍ରଥମ ଅଧିବେଶନ ତଥା ‘ବାଜି ରାଉତ’ମଂଚ ସଂସଦର ଉପସଭାପତି ବିନୋଦ ବିହାରି ସାହୁଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଡକ୍ଟର ମୋହନ ଚରଣ ଖୁଟିଆ, ସଂସଦ କୋଷାଧ୍ୟକ୍ଷ ନବଘନ ସ୍ବାଇଁ, ସହସମ୍ପାଦ ଅଶୋକୁମାର ପତି ସଂଯୋଜନାରେ ଓ ସାଂସ୍କୃତିକ ସଂପାଦକ ବାଇଧର ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସଂସଦର ସଭାପତି ନନ୍ଦକିଶ୍ଚେ ସିଂହଙ୍କ ଦ୍ବାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା

ବେଳେ ସହସଂପାଦକ ଅକ୍ଷୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଙ୍ଗଠନ ସମ୍ପାଦକ ପ୍ରଦୀପ କୁମାର ଦାସ, ଶ୍ୟାମସୁନ୍ଦର ମାଝୀ, ସୁବାସ ଧଳ, ପ୍ରମୋଦ କୁମାର ମହାନ୍ତି, ପୀତାମ୍ବର ନନ୍ଦ, ପଦ୍ମଲୋଚନ ମହାନ୍ତି, ପ୍ରମୁଖ ସଂସଦର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ବୈକୁଣ୍ଠନାଥ ନନ୍ଦଙ୍କ ନିର୍ଦେଶନାରେ ବ୍ୟାସନଗର ସ୍ଥିତ ସରସ୍ଵତୀ କଳାନିକେତନ ଓ ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲିର ଛାତ୍ରଛାତ୍ରୀଙ୍କ ଦ୍ଵାରା ଘୁମାରା ନୃତ୍ୟ ପରିବେଶଣ କରାଯାଇଥିଲା ।














