ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସଂସଦରେ ପାରିତ ହୋଇଥିବା ବିକ୍ଷିତ ଭାରତ – ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ)-୨୦୨୫ ସମ୍ପର୍କିତ ଏକ ସ୍ବତନ୍ତ୍ର ଗ୍ରାମସଭା ବୁଧବାର ହିଞ୍ଜିଳିକାଟୁ ବ୍ଳକ ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନରେ ଆୟୋଜିତ ବୈଠକର ସରପଞ୍ଚ ଝୁନୁ ନାଇକ, ସମିତି ସଭ୍ୟା କାପଲ ନର୍ମଦା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀ ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମାନସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ କରି ବିଭି- ଜି, ରାମ ଜି – ୨୦୨୫ ନୂତନ ଆଇନରେ ଅନ୍ତର୍ଭୁକ୍ତ ହୋଇଥିବା ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋଚନା ହୋଇଥିଲା। ନୂତନ ଆଇନରେ ନିଯୁକ୍ତି ଗ୍ୟାରେଣ୍ଟି ୧୦୦ ଦିନ ରୁ ୧୨୫ ଦିନ ବୃଦ୍ଧି, ବେକାରୀ ଭତ୍ତା ଅଧିକାର, ମଜୁରୀର ସମୟ ସୀମା ପ୍ରଦାନ, ଗ୍ରାମ ସ୍ତରୀୟ ଯୋଜନା ସ୍ୱାୟତ୍ତତା,୪ଟି ପ୍ରମୁଖ ବର୍ଗର କାର୍ଯ୍ୟ, ବିଭାଗ ଗୁଡ଼ିକର ସମନ୍ଵୟ ଓ ସ୍ୱଚ୍ଛତା, କୃଷି – ଶ୍ରମିକ ସମନ୍ଵୟ ଓ ପ୍ରଶାସନିକ ଖର୍ଚ୍ଚ ସୀମା ବୃଦ୍ଧି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ପୂର୍ବରୁ ମନରେଗା ଯୋଜନାରେ ଚାଲୁଥିବା ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ ସମାପ୍ତ କରିବା ଏବଂ ନୂତନ ଆଇନ ଅନୁଯାୟୀ ଗ୍ରାମୀଣ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚିତ ହୋଇଥିଲା। ଏହାର ବ୍ୟାପକ ପ୍ରସାର ପାଇଁ ବିବିଧ ପଦକ୍ଷେପ ସମ୍ପର୍କରେ ଆଲୋଚିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସିପି ଦଣ୍ଡପାଣି ଦାଶ,ଏଡିଇଓ ଆରତୀ ପଟ୍ଟନାୟକଙ୍କ ସମେତ ଆଶା, ଅଙ୍ଗନବାଡି, ଗାଁ ସାଥୀ, ସିଆରପି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।














