ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଯୁବଶକ୍ତି ଉତ୍ସବ କାର୍ଯ୍ୟକ୍ରମ ଅବସରରେ ହିଞ୍ଜିଳିକାଟୁରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅବ୍ୟବସ୍ଥା ମଧ୍ୟରେ ଗୁରୁବାର ଉଦଯାପିତ ହୋଇଛି । ଗତ ରବିବାର ଠାରୁ ୫ ଦିନ ବ୍ୟାପି ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ସମେତ ଆଲପୁର ଓ ସମରଝୋଳ ଖେଳ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସଦ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଛି ।















