No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଫୁଡ୍ ଫେଷ୍ଟିଭାଲ୍ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ଇଟାମାଟି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟବ୍ରତ ରାଉତ ଉଦଘାଟନ କରିଥିଲେ l ଡକ୍ଟର ଜ୍ୟୋତ୍ସ୍ନାରାଣୀ କରଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଗୋଷ୍ଠୀର ପ୍ରାୟ ୩୮ଟି ଷ୍ଟଲରେ ଭିନ୍ନ ଭିନ୍ନ ପାରମ୍ପରିକ,

ଦେଶୀୟ, ସୁଷମ ଓ ଚଟପଟା ଖାଦ୍ୟ ପରିବେଷଣ କରିଥିଲେ l ଉକ୍ତ ଖାଦ୍ୟ ମଧ୍ୟରେ ପୋଡ଼ପିଠା, ଚାଟ୍, ଛୋଲେ ଭଟୁରେ, ମାଂସ ତରକାରୀ, ଚକୁଳି, ମୁଢ଼ି, ମାଲପୁଆ, ରାବିଡ଼ି ଇତ୍ୟାଦି ସୁଲଭ ଦରରେ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର କର୍ମଚାରୀମାନେ କ୍ରୟ କରି ଖାଦ୍ୟର ମଜା ନେଇଥିଲେ l
ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ଆଗ୍ରହ ହେଉଥିଲାବେଳେ ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ମନୋଭାବ ପରିଲକ୍ଷିତ ହେଉଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗୌରମୋହନ ସାହୁ, ମଧୁସ୍ମିତା ମହାପାତ୍ର, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅପରାଜିତା ମିଶ୍ର, ବିଜୟିନୀ ଶୁଭଦର୍ଶିନୀ, ଦୀପିକା ରାଣୀ ତୁରୁକ୍, ରୀତିଶ୍ରୀ ମଲ୍ଲିକ, ବିଜୟ କୁମାର ସାହୁ, ରୀନାବାଳା ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ l

No Result
View All Result