ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ମୋଟରୀ ରେଳ ଷ୍ଟେସନ ଠାରୁ ମାଳତିପାଟପୁର ଷ୍ଟେସନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲା । ଶାଖା ସମ୍ପାଦକ ଏଲ ଡି ମହାନ୍ତି ଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ମଣ୍ଡଳର ବରିଷ୍ଠ କନିଷ୍ଠ ନେତୃ ମଣ୍ଡଳୀ ଓ କ୍ୟାଡର ମାନେ ସାମିଲ ହୋଇଥିଲେ । କର୍ମଚାରୀ ମାନେ ନିମ୍ନ ସ୍ତରରେ ଭୋଗୁଥିବା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ମୋଟରୀ ଠାରେ କାର୍ଯ୍ୟରତ ଷ୍ଟେସନ ମାଷ୍ଟର ମାନଙ୍କ ନିମନ୍ତେ ଶୌଚାଳୟ, କେପି ୮ ଲେବଲ କ୍ରସିଂ ନୂତନ ଗୃହ ନିର୍ମାଣ, ଡେଲାଙ୍ଗ ଷ୍ଟେସନ ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଚେଜିଙ୍ଗ ରୁମ, ସାକ୍ଷୀଗୋପାଳ ଷ୍ଟେସନରେ ବହୁଦିନର ସମସ୍ୟା ପିଇବା ପାଣି ନିମନ୍ତେ ରାଜ୍ୟ ସରକାରଙ୍କ ପାଇପ ଲାଇନ ରୂ ମଧୁର ଜଳ ଯୋଗାଣ, ସିଗନାଲ ଷ୍ଟାଫ ମାନଙ୍କ ପାଇଁ ପୁର୍ଣକାଳୀନ ସାପ୍ତାହିକ ଛୁଟି,
ମାଳତି ପାଟପୁରରେ ଗଗଡିଆ ନଦୀରୁ ମଧୁର ଜଳ ଯୋଗାଣ ଏବଂ ୨୦୨୪ ପିଏନଏମ ସ୍ଥିରୀକୃତ ହୋଇଥିବା ସମସ୍ତ ଷ୍ଟେସନ ମାଷ୍ଟର ଅଫିସରେ ଏସି ସଂଯୋଗ ମଣ୍ଡଳର ପ୍ରାୟ ଜାଗାରେ ସରିଥିଲେ ହେଁ ପୁରୀ ସେକ୍ସନ ରେ କୌଣସି ଷ୍ଟେସନରେ ଏସି ଲାଗିନ’ଥିବାରୁ ଶାଖା ସମ୍ପାଦକ ଶ୍ରୀ ମହାନ୍ତି ଅସନ୍ତୋଷ ପ୍ରକଟ କରିଥିଲେ ।
ତତ୍କାଳ ବିଦ୍ୟୁତ ବିବାଗୀୟ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଏସି ମଂଜୁର ହୋଇନଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏହି ମୌଳିକ ଦାବି ଗୁଡିକ ପାଇଁ ଦୀର୍ଘ ତିନି ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷପ ନେଉନାହିଁ । ଏହି ଦାବି ପୁନର୍ବାର ପ୍ରଶାସନ ପାଖେ ଉପସ୍ଥାପନା କରିବୁ । ଯଦି ନ’ହୁଏ ଆଗାମୀ ଦିନରେ ଆମରଣ ଅନଶନ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଥିଲେ l
ଏହି ପଦଯାତ୍ରାରେ ପୂର୍ବତନ ମଣ୍ଡଳ ସଂଯୋଜକ ପ୍ରମୋଦ ସାହାଣୀ,ସହ ସଂଯୋଜକ ନିରଞ୍ଜନ ମିଶ୍ର, ସଭାପତି ହାଜି ମୁସ୍ତାକ ଅଲ୍ଲୀ, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଗୋପାଳ କ୍ରିଷ୍ଣା ରାଓ,ସୁବ୍ରତ ପଣ୍ଡା,ଶରତ ପଣ୍ଡା,ମହେନ୍ଦ୍ର ମହାନ୍ତି,ପି ରାଜା ରାଓ, ଫକୀର ନାୟକ,ସୁନୀଲ ପରିଡା, ରାକେଶ ଘଡେଇ,ଯୁବ ସଂଯୋଜକ ସନ୍ତୋଷ ଖଟେଇ,ଯୁବ ସହକାରୀ ସଂଯୋଜକ ଅଶୋକ ଭୋଳ,ପ୍ରଦୀପ ସୁନ୍ଦରାୟ, ସମେତ ବହୁ କର୍ମୀ ଉପସ୍ଥିତ ଥିଲେ l














