ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ମୋହନା ତହସିଲଦାର ଚକ୍ରଧର ପାଢ଼ୀ ଯୋଗଦେଇ ଉଦଘାଟନ କରିଛନ୍ତି l ମୁଖ୍ୟବକ୍ତା ମୋହନା କ୍ଲଷ୍ଟର ସିଆରସିସି ସିଦ୍ଧାର୍ଥ ପାତ୍ର ଯୋଗଦେଇ ଶିଶୁ ମନ୍ଦିର ଶିକ୍ଷା ବ୍ୟବସ୍ଥା ଯୋଗୁଁ ସମାଜ ପରିବର୍ତନ ହୋଇପାରିବ ବୋଲି କହିଛନ୍ତି l

କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପୁର୍ଣଚନ୍ଦ୍ର ଦଳାଇ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ଉପ ସଭାପତି ଅଧ୍ୟାପକ ଭଗବାନ ବିଷୋୟୀ, କୋଷାଧକ୍ଷ ବୃନ୍ଦାବନ ସାମନ୍ତରା ପ୍ରମୁଖ ଯୋଗଦେଇଥିଲେ l ଉପଦେଷ୍ଟା ବାବୁଲା ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ ବାର୍ଷିକ ବିବରଣୀ ପଠନ ଓ ଉପଦେଷ୍ଟା ମଧୁସୁଦନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଅବସରରେ ସାଂସଦ ପ୍ରତିନିଧି ଜିତେନ୍ଦ୍ର ବେହେରା, ଗଣମାଧ୍ୟମ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯ୍ୟକ୍ରମ ରେ ଗତ ବାର୍ଷିକ କ୍ରୀଡାରେ କୃତି ଛାତ୍ର ଛାତ୍ରୀ ଓ ମାତୃ କର୍ମଶାଳା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି l ଏଥିସହ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସମସ୍ତ କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିରର ମାତୃ ଭାରତୀ ସଦସ୍ୟା, ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଛନ୍ତି l















