ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ସଂଗଠକ ତଥା ସମାଜସେବୀ ବାସୁଦେବ ସାହୁଙ୍କ ତରଫରୁ ରବିବାର ଦିନ ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ୫୦୦ ଜଣ ଗରିବ ଅସହାୟ,

ମହିଳା, ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ମାଗଣାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି! ଆଗାମୀ ଦିନରେ ବୋଲଗଡ଼ ବ୍ଲକ ୧୯ଟି ଗ୍ରାମପଞ୍ଚାୟତର ରାଜସ୍ବ ଗ୍ରାମ ଗୁଡିକରେ ବସବାସ କରୁଥିବା ଗରିବ ଖଟିଖିଆ, ଦିନମଜୁରିଆ,ଅସହାୟ,

ଭିନ୍ନକ୍ଷମ ଲୋକମାନଙ୍କୁ ତୃଣମୂଳସ୍ତରରୁ ଚିହ୍ନଟ କରାଯାଇ ସମସ୍ତ ମୌଳିକ ସୁବିଧା ଓ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବିଜେପି ଯୁବ ସଂଗଠକ ବାସୁଦେବ ସାହୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି !

ମାଗଣା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ବିଜେପି ସଂଗଠକ ବାସୁଦେବ ସାହୁଙ୍କ ସମେତ ତାଙ୍କର ସହଯୋଗୀମାନେ ଉପସ୍ଥିତି ରହି ପରିଚାଳନା କରିଥିଲେ ! ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ରାଜନୀତିଜ୍ଞ ମାନେ ଉଚ୍ଚ ପ୍ରସଂଶା କରିଅଛନ୍ତି !















