No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ରବିବାର ଜିଲ୍ଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଛି । ବିଡିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,

ଏଡିଏମ୍ ଦେବବ୍ରତ ପଣ୍ଡା, ଡିଆରଡିଏ ପିଡି ସୁନିଲ କେରକେଟା, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠି, ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୯ ତମ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଅଞ୍ଚଳର ସୋନାଲି ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ବିଇଓ ଚାନ୍ଦିନୀ ପଣ୍ଡା, ଏବିଇଓ ବାଳକୃଷ୍ଣ ପାତ୍ର, ସୁଶିଲ କୁମାର ପାତ୍ର, ଭି. ସୂର୍ଯ୍ୟକାନ୍ତି ପାତ୍ର ଉପସ୍ଥିତ ଥିଲେ । ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ମିନି ଷ୍ଟାଡିୟମର ଉନ୍ନତିକରଣ ଓ ପୁନରୁଦ୍ଧାର ସକାଶେ ଆସିକା ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏବିଡିଓ ଅରୁଣ କୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଳକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

No Result
View All Result