ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଭାକରସାହି ଏବଂ ପଇଡପାଟଣା ଗ୍ରାମର ଗରୀବ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ପକ୍ଷରୁ ୩ ଶହରୁ ଉର୍ଦ୍ଧ୍ବ ବୃଦ୍ଧ ,ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।

ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଆୟୋଜିତ ଜନହିତକର କାର୍ଯ୍ୟକ୍ରମରେ ସାମ୍ୱାଦିକ ବସନ୍ତ କୁମାର ଦାଶଙ୍କ ସହାୟତାରେ ବିଜୟ କୁମାର ପ୍ରଧାନ, ଅକ୍ଷୟ ସାହୁ , ଗୌତମ ପ୍ରଧାନ, ବିଜୟ ପ୍ରଧାନ, ମହେନ୍ଦ୍ର ଦାସ, ମାନସ ପାତ୍ର, ଅଭୟ ପାତ୍ର, ନାରାୟଣ ସାହୁ, ଚିନୁ ସାହୁ ପ୍ରମୁଖ ଯୋଗ ଦେଇ ଶୀତ କଷ୍ଟ ଭୋଗୁଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ ।

ଖାଲି ଭାକରସାହି, ପଇପାଟଣା ଗ୍ରାମ ନୁହେଁ ବାଲିପାଟଣା ବ୍ଲକର ବହୁ ଗ୍ରାମରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା ସମେତ ବସ୍ତିବାସିନ୍ଦାଙ୍କୁ ସମାଜ ସେବୀ ଶ୍ରୀ ବେହେରା କମ୍ବଳ ବାଣ୍ଟୁଛନ୍ତି । ତାଙ୍କର ଏତାଦୃଶ ମହତ୍ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ୍ ଜଣାଉଛନ୍ତି ।














