No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନକେନ୍ଦ୍ରର ଷଷ୍ଠ ମାସିକ ବୈଠକ ସମରସିଂ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସର୍ବ ପ୍ରଥମେ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ପ୍ରଦାନ କରି ପୂଜାର୍ଚ୍ଚନା କରାଯାଇଥିଲା ।

ଵିଗତ ମାସରେ କରାଯାଇଥିବା କାର୍ଯ୍ୟ ଗୁଡ଼ିକ ବିଭିନ୍ନ ବିଦ୍ୟାଳୟର ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କରିଥିଲେ । ତାପରେ ଡିସେମ୍ବର ମାସର ଶୈକ୍ଷିକ କେଲେଣ୍ଡର,ବହୁଶ୍ରେଣୀୟ ପାଠ ଯୋଜନା,ଗତିବିଧି ଓ ଉପସ୍ଥାପନା କରାଯାଇଥିଲା । ଭାଷା ଓ ଗଣିତ ଶିକ୍ଷାଦାନ ଦୁଇ ଦଳ ପ୍ରସ୍ତୁତ କରିଥିଲେ ।
ଚଳିତ ଶିକ୍ଷା ବର୍ଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ପରିଚାଳନା ସହିତ ଡ୍ରପ ଆଉଟ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ,ସୁବାସ ଧରୁଆ,ଲକ୍ଷ୍ମଣ ସୁନା, ହେମାନନ୍ଦ ତାଣ୍ଡୀ,ଅକୃର ପୁଟା, ଲଳିତ କୁଅଁର, ଅଲେଖ ବନଗୋଲା,ରୋହିତାଶ୍ୱ ନାଗ,ରାଜ କିଶୋର ସେଠ,ରଜନୀ ରାଉତ,ଯଶୋବନ୍ତି ପୁଟେଲ,ଲକ୍ଷ୍ମୀ ମାଝୀ, ନୀରୋଦ ଭୁଏ,ସୁରେଶ ମାଝୀ, କଲ୍ୟାଣୀ ମହାନନ୍ଦ,ବଲ୍ଲଭି ଭୁଏ ଯୋଗ ଦେଇଥିଲେ ।

No Result
View All Result