ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି । ପୁରୁଣା ପଞ୍ଜୀକୃତ ବିକ୍ରୟ ଦଲିଲ୍ ଆଧାରରେ ଜମିର ମ୍ୟୁଟେସନ୍ (ସ୍ୱତ୍ୱାନ୍ତର)କୁ ଅନୁମୋଦନ କରିବା ପାଇଁ ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଗୁରୁବାର ରାଜସ୍ୱ ବିଭାଗ ଓଡ଼ିଶା ସର୍ଭ ଏବଂ ବନ୍ଦୋବସ୍ତ (ସଂଶୋଧନ) ନିୟମାବଳୀ, ୨୦୨୫ ଅନୁଯାୟୀ ଏକ ବିସ୍ତୃତ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର’ (ଝଙଚ) ଜାରି କରିଛି ।















