ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଠାରେ ଥିବା କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସୁବିଧା ସୁଯୋଗ ଓ ବ୍ୟବସ୍ଥା ନ ଥିବା ଯୋଗୁଁ ଅନ୍ତେବାସୀମାନେ ବର୍ତ୍ତମାନର ପ୍ରବଳ ଜାଡ ଓ ଶୀତରେ ବହୁ ଦୁଃଖ କଷ୍ଟ ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତିଯେ, ବିଗତ ୧୯୮୯ ମସିହାରୁ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏହି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ୪୦ ଜଣ କୁନିକୁନି ଆଦିବାସୀ ଛାତ୍ର ରହୁଛନ୍ତି ।















