No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପଟ୍ଟନାୟକ ସ୍ଥିତ ଚଣ୍ଡୀ ମନ୍ଦିରରେ ଠାରେ ପ୍ରୟାସ ପରିବାର ତରଫରୁ ୨୦୨୬ ପାଇଁ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ ରେ ପ୍ରୟାସ ପରିବାର ସଭାପତି କୃଷ୍ଣଚନ୍ଦ୍ର ଜଗଦେବ ଙ୍କ ନେତୃତ୍ୱ ରେ ମହାଡ଼ମ୍ବ ରେ ଆୟୋଜନ କରାଯାଇଥିଲା । ଏହିଁ ବନ୍ଧୁ ମିଳନ ରେ ମୁଖ୍ୟ ଅଥିତି ଭାବେ ପ୍ରୟାସ ପରିବାର ର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ ଯୋଗଦେଇଥିଲେ ।

ସତ୍ୟବାଦୀ ବ୍ଲକ ର ୨୪ ଗୋଟି ପାଞ୍ଚୟତ ରୁ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବନ୍ଧୁ ମିଳନ କରାଯାଇଥିଲା । ଏହି ବନ୍ଧୁ ମିଳନ ଅବସରରେ ସତ୍ୟବାଦୀ ବ୍ଲକ ର ନୂତନ କମିଟି ଗଠନ କରାଯାଇଥିଲା । ଏହି କମିଟି ରେ ବ୍ଲକ ସଭାପତି ପ୍ରଚୁଯ୍ୟ ହୋତା,ରମେଶ ମାଝୀ, ଉପସଭାପତି, ନରେନ୍ଦ୍ର ପ୍ରଧାନ, ସଂପାଦକ, ଚିନ୍ମୟୀ ରଥ, ମହିଳା ମୋର୍ଚ୍ଚା ସଂପାଦକ,

ଲକ୍ଷ୍ମଣ ବେହେରା, କାର୍ଯ୍ୟକ୍ରମ କମିଟି ର କୋଷାଧକ୍ଷ, ଗଙ୍ଗାଧର ଛାଟୋଇ, ପ୍ରଚାର କମିଟି ର ଅଧକ୍ଷ, ସଞ୍ଜୟ ସାହୁ, ୩୧ ଜୋନ ର ସଂପାଦକ, ଟୁଲୁ ମହାପାତ୍ର, ୩୧ ଜୋନ ସଭାପତି ଏହିମାନଙ୍କୁ ସତ୍ୟବାଦୀ ବ୍ଲକ ପାଇଁ ମନୋନୀତ କରାଯାଇଥିଲା । ଏହି ବନ୍ଧୁ ମିଳନ ରେ ବିଶ୍ୱଜିତ ବଡ଼ଜେନା, ଦିବାକର ସ୍ୱାଇଁ, ଭାସ୍କର ଜେନା, ଗାନ୍ଧୀ ବିଶ୍ୱାଳ,ଶ୍ରୀନିବାସ ପାତ୍ର, ହରିଆ ବେହେରା ଓ ଦିଲପ ବିଶ୍ୱାଳ ଙ୍କ ସମେତ ପ୍ରୟାସ ପରିବାର ବହୁ ଆଗ ଧାଡି ର କର୍ମୀ, ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

No Result
View All Result