No Result
View All Result
ବାଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଭଗବତୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଙ୍କ ତତ୍ବାବଧାନରେ ଏବଂ ବିଦ୍ୟାଳୟ ର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଙ୍କ ସାମଗ୍ରୀକ ପରିଚାଳନା ରେ ଏକ ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୁରା ଓ ପରିଡା ପାଠାଗାର ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ମୁଖ୍ୟଅତିଥି, ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ରମେଶଚନ୍ଦ୍ର ଦାସ ମୁଖ୍ୟବକ୍ତା,

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରଧାନ, ବିଶିଷ୍ଟ ଆଇନଜୀବୀ ରବୀନ୍ଦ୍ରନାଥ ମାନସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ପ୍ରଧାନ,ସାହିତ୍ୟିକ ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ପ୍ରବୋଧ ବିଶ୍ଵାଳ,ସେକ୍ ରୋସନ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ, ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ସମାଜସେବୀ ଅନନ୍ତ ଚରଣ ଖଟେଇ,
ପ୍ରଧାନାଚାର୍ଯ୍ୟ ଅବିନାଶ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଵ୍ରୃକ୍ଷ ରୋପଣ ର ଆବଶ୍ୟକତା ଓ ମହତ୍ତ୍ଵ ସହ ଆଗାମୀ ଭବିଷ୍ୟତ ରେ ପରିବେଶ ଜନିତ ଆହ୍ଵାନ ର ମୁକାବିଲା କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ, ଅତିଥି ଵର୍ଗ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଵ୍ରୃକ୍ଷ ରୋପଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

No Result
View All Result