No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସ୍ୱରସ୍ୱତୀ ଶିଶୁ ବିଦ୍ୟମନ୍ଦିର, ବାସୁକେରା,ସାକ୍ଷୀଗୋପାଳ ପରିସରରେ ବିଦ୍ୟାର୍ଥ ନିଶାମୁକ୍ତ ଭବିଷ୍ୟତ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ସେବା ସଂଘ ଉପସଭାପତି ସ୍ମୃତି ଶେଖର ସାହୁ, ତପଭୂମି ଟ୍ରଷ୍ଟ ସମ୍ପାଦକ ଚିତରୁପା ଷଡ଼ଙ୍ଗୀ,

ବିଭିପି ଓଡ଼ିଶା ସଭାପତି ସତ୍ୟବାଦୀ ଦାଶ , ଉପସଭାପତି ନବଘନ ଶତପଥୀ, ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ହରପ୍ରିୟା କର , ସ୍ୱରସ୍ୱତୀ ଶିଶୁ ବିଦ୍ୟମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର , ସଭାପତି ଜୟନ୍ତ କୁମାର ତ୍ରିପାଠୀ , ସମ୍ପାଦକ ବାଉରିବନ୍ଧୁ ସ୍ୱାଇଁ , ସାମାଜିକ କର୍ମୀ ବଳରାମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତିଟି ଶିଶୁ ପ୍ରତେକ କିଶୋରୀକିଶୋର ଯୁବକ ଯୁବତୀ ଏ ମାଟିର ଅମୂଲ୍ୟ ସମ୍ପଦ ,ଏ ମାଟିର ପରିଚୟ , ଏ ଦେଶର ଭବିଷ୍ୟତ । ନିଶା ବିଷ ବଳୟରୁ ସେମାନଙ୍କ ପରିବାର ଓ ବିଦ୍ୟାଳୟ ନିଶାମୁକ୍ତ ରହିବା ଆବଶ୍ୟକ ବୋଲି ଅତିଥି ମାନେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ଅବସରରେ ମୁଁ ନିଜକୁ ନିଶା ମୁକ୍ତ ରଖିବା ସହ ସତ୍ୟବାଦୀ ମାଟିରୁ ନିଶାକୁ ମୂଳପଛ କରିବା ପାଇଁ ଶପଥ ନେଇଥିଲେ ଉପସ୍ଥିତ ଅତିଥିଙ୍କ ସହ ଛାତ୍ର ଛାତ୍ରୀ ମାନେ। ପରେ ଜଣା ଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result