ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାରେ ଜିଲ୍ଲାପାଳ ମଧୁମିତା ଦୀର୍ଘଦିନ ଧରି ଛୁଟିରେ ରହିବା ପରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଟକି ରହିଥିବା ଲକ୍ଷ୍ୟ କରାଯାଇଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଉ ଥିଲେ ମଧ୍ୟ ସରକାରୀ ଆଇନକାନୁନ ଅନୁଯାୟୀ ସମ୍ପୂର୍ଣ ଜିଲ୍ଲାପାଳ କ୍ଷମତା ମିଳିନାହିଁ. ତେଣୁ ବହୁ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ସମେତ ବହୁ ଜରୁରୀ ଫାଇଲ ଦସ୍ତଖତ ନ ହୋଇ ପଡିରହିଛି. ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପୂର୍ଣ ଭାବେ ଠପ ହୋଇଯାଇଛି.















