No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଗତ ୨ବର୍ଷର ଖର୍ଚ୍ଚ ଓ ବକେୟା ଅର୍ଥର ହିସାବକୁ ନେଇ ବିଭିନ୍ନ ବାଦ ବିବାଦ ଓ ବିଭିନ୍ନ ବିତର୍କ ଯୋଗୁଁ ଅଧାରୁ ବନ୍ଦ ହେଲା ଗଜପତି ଉତ୍ସବର ପ୍ରସ୍ତୁତି ବୈଠକ. ଗଜପତି ଉତ୍ସବ ପାଳନ ନେଇ ଗତକାଲି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
ଏନେଇ ଆଲୋଚନା ପ୍ରାରମ୍ଭରେ ହିଁ ହଟ୍ଟଗୋଳ ଯୋଗୁଁ ବୈଠକକୁ ସ୍ଥଗିତ ରଖାଯାଇଛି । ବିଗତ ଦୁଇବର୍ଷର ଖର୍ଚ୍ଚ ଓ ବକେୟା ଅର୍ଥର ହିସାବକୁ ନେଇ ବିତର୍କ ହୋଇଥିଲା ଯାହା ଫଳରେ ହେବାକୁ ଥିବା ଚଳିତବର୍ଷ ଗଜପତି ଉତ୍ସବର ତାରିଖ ଧାର୍ଯ୍ୟ କରିବା ପାଇଁ ଆଲୋଚନା ଆଗକୁ ବଢି ପାରିନଥିଲା ।
ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରତି କମିଟିର ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବର୍ଷର ଖର୍ଚ୍ଚ ଓ ଅନୁଦାନ ଅର୍ଥର ହିସାବର ସମୀକ୍ଷା କରାଯିବ. ଏହାପରେ ପୁଣି ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ କରାଯାଇ ଉତ୍ସବର ତାରିଖ ଘୋଷଣା କରାଯିବା ନିଷ୍ପତ୍ତି ହୋଇଛି l

No Result
View All Result