No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି l ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଗୁଡିକ ନୂତନ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ ବାଲିଗୁଡା ଉପଖଣ୍ଡ ରେ ଏହି ପଦବୀ ଦୀର୍ଘ ଦିନ ହେଲା ଖାଲିଥିବା ପଦବୀ ପୂରଣ ହୋଇପାରିଛି ।
ଏଥି ପୂର୍ବରୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବରେ ବାଲିଗୁଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ଦାୟିତ୍ଵ ତୁଲାଉଥିଲେ । ଶ୍ରୀ ସମରଥ ନିଜର ଦାୟିତ୍ଵ ଭାର ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ନୀତି ନିୟମ ଅନୁସାରେ କାର୍ଯ୍ୟ ତୁଲାଇବା ସହିତ ଉପଖଣ୍ଡର ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି ।

No Result
View All Result