• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡ଼ିଶା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ : ମହିଳା ସଶକ୍ତିକରଣ ଦିଗରେ ଏକ ବଳିଷ୍ଠ ଯାତ୍ରା – କଳାହାଣ୍ଡି

Proprietor Abhimanyu Maharana by Proprietor Abhimanyu Maharana
September 19, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଓଡ଼ିଶା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ : ମହିଳା ସଶକ୍ତିକରଣ ଦିଗରେ ଏକ ବଳିଷ୍ଠ ଯାତ୍ରା – କଳାହାଣ୍ଡି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ବଣୀଜରା ଗ୍ରାମ ପଞ୍ଚାୟତର ମାି୩୯ ; ମହାଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧୦ ଜଣ ସଦସ୍ୟା ଅତ୍ୟନ୍ତ ଖୁସି ହୋଇଥିଲେ ଯେବେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରୁ ସେମାନେ ଏକ ପତ୍ର ହାସଲ କଲେ । ସେମାନଙ୍କୁ ପରୀକ୍ଷାମୂଳକ ଭାବେ ୨୦୧୮-୧୯ ରବି ଫସଲ ଧାନ ସଂଗ୍ରହ ନିମନ୍ତେ ନିୟୋଜିତ କରାଯାଇଥିଲା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନାରେ ଅତୀତର ନିଖୁଣ ପ୍ରଦର୍ଶନ ନିମନ୍ତେ ଏହି କାର୍ଯ୍ୟ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଅନ୍‌ଲାଇନ୍‌ ଧାନ ସଂଗ୍ରହ କାର୍ଯ୍ୟ ପାଇଁ ସ୍ୱୟଂକି୍ରୟ ଧାନସଂଗ୍ରହ ବ୍ୟବସ୍ଥା (ପି- ପାସ୍‌) ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ ମାଧ୍ୟମରେ । ଚାଷୀମାନେ ଧାନ ଚାଷ କରୁଥିବାର ପରିମାଣର ସଠିକ୍‌ ତଥ୍ୟାବଳୀ ଓ ସେମାନଙ୍କ ବଳକା ଧାନ ରାଜ୍ୟ ସରକାରଙ୍କ ଏଜେନ୍ସିକୁ ବିକି୍ର କରିବା ନିମନ୍ତେ ସମ୍ମତି ଆଦି ବିଷୟରେ ଜାଣିବା ଲକ୍ଷ୍ୟରେ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର ଆବଶ୍ୟକୀୟ ଡିଜିଟାଲ୍‌ ଭିତ୍ତିଭୂମି ଯଥା ଲାପ୍‌ଟପ୍‌, ପ୍ରିଣ୍ଟର ଏବଂ ଭରସାଯୋଗ୍ୟ ଇଣ୍ଟରନେଟ୍‌ ସଂଯୋଗ ଓ ପର୍ଯ୍ୟାପ୍ତ ବ୍ୟାକ୍‌ଅପ୍‌ ସୁବିଧାର ବ୍ୟବସ୍ଥା କରାଗଲା । ଏହା ଦ୍ୱାରା ଅନ୍‌ଲାଇନ୍‌ ମାଧ୍ୟମରେ ବିନା ପ୍ରତିବନ୍ଧକରେ ଧାନସଂଗ୍ରହ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହୋଇପାରିବେ ।

ଏଥି ସହିତ ଧାନସଂଗ୍ରହ କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଡାଟା ଏଣ୍ଟି୍ର ଅପରେଟର ଏବଂ ଜଣେ ବୁକ୍‌କିପର ନିଯୁକ୍ତି ଦେବା ଦିଗରେ ସହାୟତା ଯୋଗାଇ ଦିଆଗଲା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଫେୟାର ଆଭେରେଜ କ୍ୱାଲିଟି ମାନର ଧାନର ଗୁଣବତ୍ତା ସଂପର୍କରେ ଏବଂ ସମସ୍ତ ନଥିପତ୍ର ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଗଲା । ଧାନର ଗୁଣବତ୍ତା ମାପକ ମେସିନ୍‌ ପାଇବା ଦିଗରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସହାୟତା ଯୋଗାଇ ଦିଆଯିବା ସହିତ କ୍ଷେତ୍ରସ୍ତରରେ ଧାନର ଗୁଣବତ୍ତା ପରିଚାଳନା ସଂପର୍କରେ ସାହାଯ୍ୟ ପାଇଲେ । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଅଧୀନରେ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ୟାର୍ଡ/ମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କରାଗଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନସଂଗ୍ରହ ନିମନ୍ତେ କମିଶନ ବାବଦକୁ କ୍ୱିଣ୍ଟାଲ୍‌ ପିଛା ଟ.୩.୨୫ ପଇସା ପ୍ରଦାନ କରାଗଲା । ସେମାନଙ୍କର କଠିନ ପରିଶ୍ରମ ଏବଂ ମିଶନ ଶକ୍ତି ଆର୍‌ଏମ୍‌ସି ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ଷେତ୍ର ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କ୍ରମେ ୨୦୧୮-୧୯ ରବି ଋତୁରେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୭ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ୪୧,୪୨୪ କ୍ୱିଣ୍ଟାଲ୍‌ ଧାନସଂଗ୍ରହ କରାଯାଇଥିଲା ଓ ନିଟ୍‌ କମିଶନ ବାବଦକୁ ୧୩ ଲକ୍ଷ ୫୫ ହଜାର ଟଙ୍କା ପ୍ରାପ୍ୟ ହୋଇଥିଲା । ଏହା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏକ ପୋଷଣୀୟ ଜୀବିକା ସହିତ ବର୍ଦ୍ଧିତ ଖାଦ୍ୟ ନିରାପତ୍ତା, ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲା ।

୨୦୧୯ ମସିହା ମଇ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ ସଂଚରିତ ଢଙ୍ଗରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ଟଙ୍କାର ବିିଭିନ୍ନ ସରକାରୀ ସେବା ଓ ଧାନସଂଗ୍ରହ କରାଯିବାର ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଏକ ଅଦ୍ୱିତୀୟ ଜୀବିକାର୍ଜନ ଏକାଭିମୁଖୀ ମଡେଲ୍‌ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଦ୍ୱାରା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଧାନସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିବା ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲ୍‌ଖୁଣ୍ଟ ସଦୃଶ । ଏହି ପଦକ୍ଷେପ ଫଳରେ ଚାଷୀମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ଏବଂ ମିଲର କିମ୍ବା ବେସରକାରୀ ବେପାରୀମାନଙ୍କ ଦ୍ୱାରା ଶୋଷଣର ଶିକାର ହେବେ ନାହିଁ ବୋଲି ଆଶା କରିଯାଏ । ୨୦୧୮-୧୯ ରବି ଋତୁରେ କଳାହାଣ୍ଡି ଜିଲ୍ଲାର ୧୭ଟି ଗ୍ରାମପଞ୍ଚାର ୧୭ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସଫଳତାର ସହିତ ଧାନସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ୪୩.୬ କୋଟି ଟଙ୍କାର ୨୪,୭୧,୯୬ କ୍ୱିଣ୍ଟାଲ୍‌ ରବିଧାନ ସଂଗ୍ରହ କରାଯାଇ କମିଶନ ବାବଦକୁ ୭୭.୨୫ ଲକ୍ଷ ପ୍ରାପ୍ୟ ହୋଇଥିଲା । ପ୍ରତି ଗୋଷ୍ଠୀଙ୍କୁ ହାରାହାରି କମିଶନ ବାବଦକୁ ୪.୫ ଲକ୍ଷ ଟଙ୍କାର ମିଳିଥିଲା । କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ସଫଳତାର ସହ ଧାନସଂଗ୍ରହ ହେବା ଲକ୍ଷ୍ୟ କରି ରାଜ୍ୟ ସରକାର ପରବର୍ତ୍ତୀ ଋତୁଗୁଡ଼ିକରେ ଧାନସଂଗ୍ରହ କରାଯାଉଥିବା ଜିଲ୍ଲାଗୁଡ଼ିକରେ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିୟେଜିତ କରିବା ପାଇଁ ସ୍ଥିର କଲେ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଦକ୍ଷ ଏସ୍‌ଏଚ୍‌ଜିମାନଙ୍କୁ ଚୟନ କରାଯାଇ ଡିଜିଟାଲ୍‌ ମାଧ୍ୟମରେ ଧାନ ସଂଗ୍ରହ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଗଲା ।

ଦସ୍ତାବିଜ୍‌ ଯାଞ୍ଚଠାରୁ ଆରମ୍ଭ କରି ଆଇରିସ୍‌ ଆଧାର କାର୍ଡ ସ୍କାନିଂ ଆଦି ସମେତ ମହିଳା ସଦସ୍ୟାମାନେ ଦକ୍ଷତାର ସହିତ ବାୟୋମେଟି୍ରକ୍‌ ଯାଞ୍ଚ, ଅନ୍‌ଲାଇନ୍‌ କ୍ରୟ, ଧାନବସ୍ତାଗୁଡ଼ିକର ଓଜନ, ଧାନର ଆଦ୍ରତା ମାପିବା, ଧାନସଂଗ୍ରହ ଏବଂ ମଣ୍ଡିରେ ଡକୁମେଣ୍ଟେସନ୍‌ ଆଦି କାର୍ଯ୍ୟ କରୁଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଧାନସଂଗ୍ରହ କାର୍ଯ୍ୟକୁ ସ୍ଥାନୀୟ ଚାଷୀମାନଙ୍କ ଦ୍ୱାରା ଆଦୃତ ହେଉଛି । ଖରିଫ୍‌ ୨୦୧୯-୨୦ ବର୍ଷରେ ୪୧୯ କୋଟି ଟଙ୍କା ମୂଲ୍ୟର ୨୩.୦୭ ଲକ୍ଷ କ୍ୱିଣ୍ଟାଲ୍‌ ଧାନ ୧୧ଟି ଜିଲ୍ଲାର ୧୯୯ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ସଂଗୃହ କରାଯାଇ କମିଶନ ବାବଦକୁ ୭.୨ କୋଟି ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଥିଲା । ୨୦୧୯-୨୦ ରବିଧାନ ସଂଗ୍ରହରେ ରାଜ୍ୟର ୮ଟି ଜିଲ୍ଲାର ୭୮ଟି ବ୍ଲକ୍‌ର ୧୧୨ଟି ଗ୍ରାମପଞ୍ଚାୟତରେ ୧୧୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇ ୩୧୯ କୋଟି ଟଙ୍କା ମୂଲ୍ୟର ୧୭.୫୮ କ୍ୱିଣ୍ଟାଲ୍‌ ଧାନସଂଗ୍ରହପୂର୍ବକ କମିଶନ ବାବଦକୁ ୫.୪୯ କୋଟି ଟଙ୍କା ପାଇଥିଲେ । ଚଳିତ ୨୦୨୦-୨୧ ଖରିଫ୍‌ ଧାନସଂଗ୍ରହ ନିମନ୍ତେ ୨୨୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୃଷକମାନଙ୍କର ଅନ୍‌ଲାଇନ୍‌ ନାମ ପଂଜୀକରଣ କାର୍ଯ୍ୟ ସଂପନ୍ନ ହୋଇଛି ା ଅଦ୍ୟାବଧି ରାଜ୍ୟର ୧୧ଟି ଜିଲ୍ଲାରେ ଧାନସଂଗ୍ରହ ନିମନ୍ତେ ୩୧୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଂପୃକ୍ତ ହୋଇଛନ୍ତି ।

ସେମାନେ ସମଷ୍ଟିଗତ ଭାବେ ୭୮୧.୨୬ କୋଟି ଟଙ୍କା ମୂଲ୍ୟର ମୋଟ ୪୩.୧୨ ଲକ୍ଷ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରି କମିଶନ ବାବଦକୁ ୧୩.୪୬ କୋଟି ଟଙ୍କା ପାଇଛନ୍ତି । ମିଶନ ଶକ୍ତି ଦ୍ୱାରା ଅଭିନବ ଜୀବିକାର୍ଜନ ଏକାଭିମୁଖୀ ମଡେଲ୍‌ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧୦୧୦.୧୪ କୋଟି ଟଙ୍କାର ବ୍ୟବସାୟ ହୋଇଛି । ସମର୍ଥକାରୀ ପରିବେଶ ଅନୁକୂଳ ନୀତି ଏବଂ ପ୍ରଶାସନର ପୂର୍ଣ୍ଣ ସହଯୋଗ ମହିଳା ଉଦ୍ୟୋଗକାରୀ ସୃଷ୍ଟି ଦିଗରେ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରୁଛି । ୫ଞ୍ଜଫଞ୍ଚଟ୍ଟ;ଟିି୩୯; ସୂତ୍ର ଅନୁସାରେ ଠିକ୍‌ ସମୟରେ ନିଷ୍ପତ୍ତି ନେବା ଦଳଗତ ଉଦ୍ୟମ, କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଟେକ୍‌ନୋଲୋଜିର ପ୍ରୟୋଗ ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଦିଗରେ ଉତ୍ସର୍ଗୀକୃତ ପ୍ରୟାସ ଫଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାମାଜିକ-ଅର୍ଥନୈତିକ ବିପ୍ଳବ କ୍ଷେତ୍ରରେ ମଶାଲଧାରୀ ଭାବେ ବିବେଚିତ ହେବାର ସ୍ୱପ୍ନ ଆଉ ବେଶୀ ଦୂର ନୁହେଁ । (ରିପୋର୍ଟ /ପ୍ରଦୀପ ଗଉଡ଼)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version