No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କାଉଁରୀ -୨୦୨୫ ଉଦଯାପିତ ହୋଇଯାଇଛି।୭ମ ବର୍ଷରେ ମହୋତ୍ସବ ପଦାର୍ପଣ କରିଥିବା ବେଳେ ୫ଦିନଧରି ରାଜସୁନାଖଳାକୁ ଚଳଚଞ୍ଚଳ କରି ରଖିଥିବା ମହୋତ୍ସବ କାଉଁରୀ ଏକ ମନୋଜ୍ଞ ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି କରିଥିଲା ।
ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ଼ଃ ହରିବାବୁ କୁମ୍ଭମପତି ଯୋଗଦେଇ ଥିଲାବେଳେ ମୁଖ୍ୟବକ୍ତା ଭାବେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର , ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ,
ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଉତ୍ସବର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଶିବରାମ ମହାପାତ୍ର ଯୋଗଦେଇ ଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଜସୁନାଖଳା କେବଳ ଏକ ଭୈ।ଗଳିକ ସ୍ଥାନ ନୁହେଁ,ଏହା ଏକ ଐତିହାସିକ କଳା ନୈପୂଣ୍ୟର ଉତ୍କୃଷ୍ଟ କ୍ଷେତ୍ର। ଏବଂ ସ୍ବାଧୀନତା ସଂଗ୍ରାମରେ ଏ ମାଟିର ଗୈ।ରବ ଗାଥା ସାରା ଭାରତ ବିଦିତ ।
ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ କବି ଭକ୍ତ ଚରଣ,ବିଶ୍ବନାଥ ପଟ୍ଟଦୋଷୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ବାଚସ୍ପତି ଶ୍ରୀମତୀ ପାଢୀ ସ୍ବାଗତ ଭାଷଣ ଦେଇଥିଲା ବେଳେ ନିଷ୍ଠା, ପରାକାଷ୍ଠା ,ଏକତାର ନିଦର୍ଶନ ଏ ଅଞ୍ଚଳର ତଥା ମହୋତ୍ସବର ସାଫଲ୍ୟ ପାଇଁ ରାଜସୁନାଖଳାବାସୀଙ୍କର ସହଯୋଗକୁ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟବକ୍ତା ସାଂସଦ ଡ଼ଃ ପାତ୍ର ଏ ମାଟିର ଆତ୍ମ କଥାକୁ ମନେପକେଇ କହିଲେ ଯେ ରାଜସୁନାଖଳା ଆତ୍ମନିର୍ଭର ହେବା ସହିତ ସ୍ବଦେଶୀ ପାଳନ ପାଇଁ ସମସ୍ତେ ବଦ୍ଧ ପରିକର ହେବାର ଆବଶ୍ୟକତା ରହିଛି। ଏଥିସହିତ କାଉଁରୀ ମନ୍ଦିର ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ।
ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ସ୍ବାଇଁ ମହୋତ୍ସବକୁ ଅଧିକ ବିସ୍ତାରିତ କରିବା ସହ ରାଜସୁନଖଳାକୁ ଏନ୍ ଏ ସି କରିବା ଓ ଏଠାରେ ଏକ ମାଛ ଗବେଷଣା କେନ୍ଦ୍ର କରିବାକୁ ଦାବି ରଖିଥିଲେ। ବିଧାୟକ ଶ୍ରୀ ଜଗଦ୍ଦେବ ରାଜସୁନାଖଳାକୁ କଳା, ସଂସ୍କୃତିର ମାଟି ବୋଲି ଅଭିହିତ କରିବା ସହିତ ଖୋର୍ଦ୍ଧା-ବଲାଙ୍ଗିର
ରେଳପଥ ଯଥାଶୀଘ୍ର ସୁଗମ ହେବାକୁ ଥିଲାବେଳେ ନୟାଗଡ଼ ଏକ ପ୍ରମୁଖ କେନ୍ଦ୍ର ହେବ ବୋଲି କହିଥିଲେ । ଉତ୍ସବର ସମ୍ପାଦକ ତଥା ସାମ୍ବାଦିକ ଜୟେନ୍ଦ୍ର ବେହେରା ମଞ୍ଚ ସଂଯୋଜନା କରିଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟାକୁ ଉଷ୍ମ କରିଥିଲା । ଏହି ପରିପ୍ରେକ୍ଷୀରେ ମହୋତ୍ସବର ସ୍ମରଣିକା “କାଉଁରୀ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

No Result
View All Result