ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସ୍ଥାନୀୟ ପି.ଟି.ଏସ ଗ୍ରାଉଣ୍ଡରେ ନୟାଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫ ବୁଧବାର ଦିନ ଉଦଯାପିତ ହୋଇଯାଇଛି | ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଉଦୀୟମାନ ଯୁବ କ୍ରୀଡା ପ୍ରତିଭା ମାନେ ଯୋଗ ଦେଇଥିଲେ | ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠିତ ପ୍ରତିଯୋଗିତା ମୂଳକ ବିଭିନ୍ନ ବର୍ଗର ଖେଳରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡା ପ୍ରତିଭା ମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଦେଇ ପୁରସ୍କୃତ କରି ଥିଲେ |















