ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ଯା ବୃଦ୍ଧି ପାଉଛି । ପୁରୀରେ ପ୍ରାୟ ୫୦ ହଜାର ଅଟୋ ଚଳାଚଳ କରୁଛି । ବାଙ୍କିମୁହାଣ ବ୍ରିଜ ଦେଇ ପ୍ରତିଦିନ ହଜାର ହଜାର ବାଇକ, ଅଟୋ ,କାର ଓ ବସ ଚଳାଚଳ କରୁଛି । ବୋଷ ଛକ ଠାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଅଧିକ ହୋଟେଲ ଓ ଲଜିଂ ରହିଥିବାରୁ ସେହି ଅଞ୍ଚଳ ପ୍ରତିଦିନ ଟ୍ରାଫିକ ସମସ୍ଯା ଦେଖାଯାଉଛି । ସବୁଠାରୁ ବିପଦ ଓ ମରଣଯନ୍ତା ସାଜିଛି ବାଙ୍କିମୁହାଣ ବ୍ରିଜ । ପୁରୀର ବର୍ଜ୍ଯଜଳ ବାଙ୍କିମୁହାଣ ନାଳ ଦେଇ ସମୁଦ୍ରରେ ମିଶୁଛି ।

ଏହାକୁ ଲୁଚାଇବା ପାଇଁ ବ୍ରିଜର ଦୁଇ ପାର୍ଶ୍ବରେ ୬ ଫୁଟ ଉଚ୍ଚତାର ପାଚେରି ନିର୍ମାଣ ହୋଇଛି । ସେଣ୍ଟ୍ରାଲ ସ୍ଲୁଲ ଛକରୁ ଜଗନ୍ନାଥ ଷ୍ଟାଡିୟମ, ଚକ୍ରତୀର୍ଥ ରୋଡ ଦେଇ ବୋଷ ଛକ ପର୍ଯ୍ୟନ୍ତ ରାସ୍ତା ଓସାରିକରଣ କାର୍ଯ୍ୟ ଦୀର୍ଘ ୫ବର୍ଷ ଧରି ଅଟକି ରହିଛି । ସୁନାର ଗୌରାଙ୍ଗ ଛକରେ ରାସ୍ତା ଦବୁଛି ଓ ଫାଟୁଛି । ରାସ୍ତା ଯେତିକି ଓସାର ଅଛି ବାଙ୍କିମୁହାଣ ବ୍ରିଜ ଠାରେ ତାହା ସଙ୍କୁଚିତ ହୋଇଯାଇଛି ।
୩୦ ଫୁଟିଆ ବ୍ରିଜ ବଦଳରେ ୨ଟି ୫ଫୁଟ ଓସାର ବ୍ରିଜ ହୋଇଥିବାରୁ ଦୁର୍ଘଟଣା ଘଟୁଛି । ସହରର ବାହାର ଚାଳକ ମାନେ ଦୁଇ ବ୍ରିଜ ମଝି ଅଂଶ ବାଡରେ ଗାଡି ଧକ୍କା କରୁଥିବା ଦେଖାଯାଉଛି । ସେଠାରେ ବହୁଥର ଦୁର୍ଘଟଣା ହୋଇ ଜୀବନ ହାନୀ ଘଟୁଛି । ପ୍ରଶାସନ ଏଦିଗରେ ତତ୍ପରତା ଦେଖାଉ ନଥିବା ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନେ ଏହାକୁ ଦେଖି ନିରବ ରହୁଛନ୍ତି । ଏହି ବ୍ରିଜକୁ ୩୦ ଫୁଟ କରିବା ପାଇଁ ସାଧାରଣରେ ଦାବି ହେଉଛି ।














