No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଧାନ ଅମଳ ସମୟରେ ଖାଦ୍ୟ ଲୋଭରେ ହାତୀ ପଲ ଜଙ୍ଗଲ ଛାଡି ହୋଇଛନ୍ତି ଗାଁ ମୁହାଁ । ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ ଅନ୍ତର୍ଗତ କନ୍ଧ ନୟାଗଡ଼ ରାଣୀ କୋଠା ନିକଟରେ ଜଙ୍ଗଲୀ ହାତୀ ପଲ ଆତଙ୍କ ସୃଷ୍ଟି କରିଛନ୍ତି । ୨୦ ଟି କିଆ ହାତୀ ପଲଙ୍କ ଆତଙ୍କରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି l
ଜଙ୍ଗଲରୁ ବାହାରି ଆସି ରାଣୀ କୋଠା ନିକଟରେ ରାସ୍ତା ଉପରେ ଆତଙ୍କ ମାଚାଇଛନ୍ତି ହାତୀ ପଲ । ଏତେ ବଡ଼ ହାତୀ ପଲ ରାସ୍ତା ଉପରେ ରହିବା ଯୋଗୁଁ ରଣପୁର ଚାନ୍ଦପୁର ରାସ୍ତାରେ ଗାଡି ଚଳାଚଳ ଠପ ହୋଇ ଯାଇଅଛି,ହାତୀ ପଲ ନିକଟସ୍ଥ ଜଙ୍ଗଲ ରୁ ବାହାରି ଆତଙ୍କ ମାଚାଇବା ସହ ଧାନ ଫସଲ ଜମିରେ ପଶି ବ୍ୟାପକ ଫସଲ ହାନୀ କରିଛନ୍ତି ।
କେରଣ୍ଡା ଟାଙ୍ଗୀ,,, କୁକୁଡ଼ା ଝରି,,, ଗୌର ଚନ୍ଦ୍ରପୁର,, ଏକତାଳ ଆଦି ଅଂଚଳ ରେ ବ୍ୟାପକ ଫସଲ ହାନୀ କରିଛନ୍ତି । ୨୦ ଟିକିଆ ହାତୀ ପଲ ରେ ୬ ଟି ଦନ୍ତା ୬ ଟି ମାଈ ହାତୀ ସହ ୮ ଟି ଛୁଆ ହାତୀ ଥିବା ଜଣା ପଡିଛି । ତେଣୁ ବନ ବିଭାଗ ଅଧିକ ପାଟ୍ରୋଲିଙ୍ଗ କରିବା ସହ ହାତୀ ପଲକୁ ଜଙ୍ଗଲ କୁ ଘଉଡ଼ାଇବା ପାଇଁ ଲୋକେ ଦାବି କରିଛନ୍ତି ।

No Result
View All Result