ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଧର୍ମଦାଣ୍ଡ ବଡଦାଣ୍ଡ । ତିନିରଥ ଗଡୁଥିବାରୁ ଏହା ରଥଦାଣ୍ଡ । ସୁଖୀ ଓ ଦୁଃଖୀ ଭକ୍ତ ବଡଦାଣ୍ଡରେ ଯାଆଆସ କରୁଛନ୍ତି । ସେମାନଙ୍କ ଭାଗ୍ୟର ଫଳାଫଳ ଜାଣିବା ପାଇଁ ଭାଗ୍ଯରେଖା ଜ୍ଯୋତିଷ ଖଡି ଗଡାଉଛନ୍ତି । ହସ୍ତରେଖା ଜାତକ ଦେଖିବା ସହ ଦାଣ୍ଡରେ ଖଡି ଗାର କାଟି ଭାଗ୍ଯ ଫଳାଫଳ କହୁଛନ୍ତି । ବଡଶଙ୍ଖ ନୂଆସାହି ଛକ ବଡଦାଣ୍ଡରେ ଜ୍ଯୋତିଷ ପଣ୍ଡିତ ପିତବାସ ପାତ୍ର ଖଡିପାଠ ପସରା ପକାଇ ବସିଛନ୍ତି ।















