ବାଲିଅନ୍ତା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବିଶ୍ୱରନ୍ନ, ବୁଦ୍ଧିଷ୍ୟତ,ଶ୍ରେଷ୍ଟ ଜନନାୟକ, ମୂଳନୀବାସୀ, ବହୁଜନ ମୁକ୍ତି ଦାତା, ନାରିବିକାଶ ତ୍ରାଣକର୍ତ୍ତା, ସମ୍ବିଧାନ ରଚୟତା ଓ ଆଧୁନିକ ଯୁଗର ନିର୍ମାତା ଡା, ବାବାସାହେବ ଆମ୍ବେଦକରଙ୍କ ୬୯ ତମ ମହାନିର୍ବାଣ ଦିବସ ମୂଳନୀବାସୀ ଛାତ୍ର ଓ ଯୁବ ସାମୁଖ୍ୟ (MSYF) ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବାଳକାଟୀ ସ୍ଥିତ ଯୁବ ଶ୍ରୀ କ୍ଳବ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ MSYF ର ରାଜ୍ୟ ସଭାପତି ଧୀମାନ ବିଜୟ କୁମାର ଭୋଇ ସମ୍ମାନୀୟ ଅତିଧି ସମାଜ ସେବୀ ତଥା ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ମୂଳନୀବାସୀ ମହିଳା ସଂଘର୍ଷ ସମିତି ରାଜ୍ୟ ସଭାନେତ୍ରୀ ବନିତା ସାମଲ,ଗୋପାଳ ସାମଲ, ସଂଗଠନର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରାମ ନାୟକ, ସଂଗଠନ ମିଡ଼ିଆ ସେଲ ତଥା ଜୟଦେବ ନ୍ୟୁଜ୍ ଆଣ୍ଡ ମିଡିଆ ଫାଉଣ୍ଡେସନର ଚେୟାରମ୍ୟାନ ଗଗନ ଭୋଇଙ୍କ ସଂଯୋଜନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା ବେଳେ ସଭାରେ ସଭାପତିତ୍ୱ ଶ୍ରୀ ଭୋଇ କରିଥିଲେ ।

ସମସ୍ତ ଅତିଥି ଆମ୍ୱେଦକରଙ୍କ ସଂଘର୍ଷ ମୟ ଜୀବନୀ ଓ ବହୁଜନ ମୂଳନୀବାସୀ ସମାଜର କିପରି ଉନ୍ନତି ହେବା ସହ ସେମାନ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହା ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସଂଗଠନ ଗାଁ ଗାଁ ରେ କିପରି ପହଂଚିବ ଏବଂ ଶିକ୍ଷା କ୍ଷେତ୍ରରେ କେହି SC/ST ବ୍ୟକ୍ତି ବଂଚିତ ନ ହୁଅନ୍ତି ସେଥି ପ୍ରତି ସଂଗଠନ ଗୁରୁତ୍ୱ ଦେବ ବୋଲି କୁହାଯାଇଥିଲା।ଶେଷରେ ବାଲିଅନ୍ତା ବ୍ଲକ ସଂଯୋଜକ ବାସୁଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଭୋଇ, କେଶବ ବେହେରା,ଦିଗାମ୍ବର ଭୋଇ ସମେତ ଶତାଧିକ କର୍ମୀ ଉକ୍ତ ସମାବେଶରେ ଯୋଗ ଦେଇଥିଲେ ।













