No Result
View All Result
ଗଜପତି ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରା. ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର, (KVK) ଗଜପତି ଦ୍ଵାରା ଆଜି ବିଶ୍ୱ ମୃତ୍ତିକା ଦିବସ ଉଲ୍ଲାସପୂର୍ବକ ପାଳନ କରାଯାଇଥିଲା । “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା ” ଭାବବାଣୀକୁ କେନ୍ଦ୍ର କରି ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକ, ମହିଳା କୃଷିକର୍ମୀ, ଯୁବ ଉଦ୍ୟମୀ ମାନେ ଉତ୍ସାହପୂର୍ଣ୍ଣ ଭାବରେ ଭାଗ ନେଇଥିଲେ । କେନ୍ଦ୍ରର ଉଦ୍ୟାନ ବିଜ୍ଞାନୀ ଡ. ସୁଶ୍ରୀ ଚୌଧୁରୀ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରା. ଉଦୟଗିରିର ବିଡିଓ ଶ୍ରୀଯୁକ୍ତ ଲରିମନ ଖର୍ସେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ମାଟି ବିନା ସୁସ୍ଥ କୃଷି ସମ୍ଭବ ନୁହେଁ, ତେଣୁ ମାଟିର ସୁସ୍ଥତାକୁ ରକ୍ଷା କରିବା ପାଇଁ ଜୈବିକ କୃଷି କରିବା ଆବଶ୍ୟକ ବୋଲି ମତ ରଖିଥିଲେ । କୃଷି ପାଣିପାଗ ବିଶେଷଜ୍ଞ ଶ୍ରୀଯୁକ୍ତ ଜୟଶଙ୍କର ପ୍ରଧାନ ଆଚ୍ଛାଦିକରଣ, ଜଳ ସଂରକ୍ଷଣ ଓ ସମନ୍ୱିତ ପୋଷାକ ପରିଚାଳନା (INM), ଜୈବ ସାରର ପ୍ରୟୋଗ, ସବୁଜ ଖାଦ୍ୟ (Green Manuring), ମୃତ୍ତିକା କ୍ଷୟ ରୋକିବା ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲା କୃଷି ବିଭାଗ ସହିତ ଯୋଗ ଦେଇ ମାଟି ପରୀକ୍ଷାର ଗୁରୁତ୍ୱ ଓ ଜୈବିକ କୃଷିପ୍ରଣାଳୀ ବିଷୟରେ ଦିଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ଶ୍ରୀଯୁକ୍ତ ସମ୍ପଦ କୁମାର ସେଠୀ, ଶ୍ରୀଯୁକ୍ତ ରାମ ଚନ୍ଦ୍ର ବେହେରା, ଶ୍ରୀ ସଂଗ୍ରାମ କେଶରୀ ମଣ୍ଡଳ ଆଦି ଯୋଗ ଦେଇ ଉକ୍ତ ଦିବସକୁ ସୂଚାରୁ ରୂପେ ପାଳନ କରିଥିଲେ ।

No Result
View All Result