ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଲିପାଟଣା ସ୍ଥିତ ପବିତ୍ର ଶିଶୁଅନନ୍ତ ପିଠ ଠାରେ ଶ୍ରୀଅନନ୍ତ ମେମୋରିଆଲ ଟ୍ରଷ୍ଟ ଓ ଶ୍ରୀଅନନ୍ତ ପରିବାରଙ୍କ ମିଳିତ ସହଯୋଗରେ ଏକ ରାଜ୍ୟ ସ୍ତରୀୟ ଶିଶୁଅନନ୍ତ ଜୟନ୍ତୀ ଓ ସାଧୁସନ୍ଥ ସମାବେଶ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାଧୁମହାରାଜ ଓ ମଠାଦିଶ ମହନ୍ତଗଣ ଯୋଗଦେଇ ଶ୍ରୀଅନନ୍ତ ମହାପୁରୁଷଙ୍କର ପରିଚୟ ଓ କୃତି ଧର୍ମ ସଂସ୍କାର ଓ ଜଗନ୍ନାଥ ସଂସ୍କୃତି ସହିତ ସମର୍ପିତ କର୍ତ୍ତବ୍ୟ ଓ ସେବା ସମ୍ପର୍କରେ ଆଲୋଚନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ଶ୍ରୀଅନନ୍ତ ମେମୋରିଆଲ ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ସମିତିସଭ୍ୟ ଭାବଗ୍ରାହୀ ଗୋଛାୟତଙ୍କ ଦ୍ଵାରା ବିଶିଷ୍ଟ ସାହିତ୍ୟିକ ତଥା ପ୍ରାଚୀ ଗବେଷକ ହଂସନାଥ ସାହୁ, ସମାଜସେବୀ ଶିବ ପ୍ରସାଦ ପାଟ୍ଟଯୋଶୀ ଓ ବାଲିପାଟଣା ଥାନାର ଇନଚାର୍ଜ ଅଫିସର ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ସେମାନଙ୍କର କୃତିତ୍ୱ ନିଷ୍ଠାପର ସମାଜସେବା ନିମନ୍ତେ ମାନପତ୍ର ଦ୍ଵାର ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତତ ସହିତ ସାଧୁ ଓ ସନ୍ଥ ମହାରାଜଙ୍କ ଦ୍ଵାରା ଭାଗବତ ଆଲୋଚନା ଚକ୍ର ଓ ଶ୍ରୀଅନନ୍ତ ଭଜନ ପରିବେଷଣ କରାଯାଇଥିଲା। ଏଥିରେ ବହୁ ବିଶିଷ୍ଟ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ ।














