No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କଟକର ସ୍ଥାନୀୟ ଓଡ଼ିଆ ବଜାର ସ୍ଥିତ ସମାଜସେବୀ ଜ୍ଞାନ ରଞ୍ଜନ ଦାସଙ୍କ ବାସଭବନରେ ଧର୍ମପରାୟଣ ଭଗବତ ପ୍ରେମୀ ବରିଷ୍ଠ ମହିଳା ଶ୍ରୀମତୀ ପ୍ରଭାବତୀ ଦାସଙ୍କୁ ଟ୍ରଷ୍ଟର ସଭାପତି ଓ ସମାଜ ସେବୀ ଡକ୍ଟର ରବିରଞ୍ଜନ ସାହୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀମତୀ ପ୍ରଭାବତୀ ଦାସ ନିଜ ଘରେ ଉତ୍କଳୀୟ ପରମ୍ପରାରେ ପ୍ରଚଳିତ ଥିବା ଗୋଠ ପୂଜା ମାନ ନିଷ୍ଠାପର ଭାବେ କରୁଥିଲେ ।

ପରିଣତ ବୟସରେ ମଧ୍ୟ ନିଷ୍ଠାର ସହିତ ପୂଜାକାର୍ଯ୍ୟ କରୁଥିବା ବେଳେ ଆଗାମୀ ପିଢ଼ି ଏହି ପୂଜା ପର୍ବାଣୀ ଠାରୁ ଦୂରେଇ ଯାଉଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ସଭାପତି ନିଜ ବକ୍ତବ୍ୟରେ କହିଥିଲେ ଦୀର୍ଘ ତେର ବର୍ଷ ଧରି ଉତ୍କଳ ଭାରତୀ ସେବା ଚାରିଟେବୁଲ ଟ୍ରଷ୍ଟ ସମାଜରେ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତିତ୍ବଙ୍କୁ ଉତ୍ସାହିତ କରିବା ସହିତ ଆଗକୁ ସମୃଦ୍ଧ କଟକରେ ସମସ୍ତେ ଭାଗୀଦାର ହେବାକୁ ଆହ୍ବାନ କରିଥିଲେ।

ଏହା ସହିତ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ଞାନ ରଞ୍ଜନ ଦାସଙ୍କୁ ମଧ୍ୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ରୁଦ୍ର ପ୍ରତାପ ବେହେରା, ଉପସଭାପତି ନିବାସ ଚନ୍ଦ୍ର ମିଶ୍ର, ବିକ୍ରମ ଲେଙ୍କା, ମନୋଜ ସାହୁ, ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ହାଡିବନ୍ଧୁ ସାହୁ,ବିଶ୍ଵରୂପା ଦାସ, ମଧୁଲିପ୍ସା ଦାସ, ଜଗଦିଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅନୁଷ୍ଠାନର ଉପସଭାପତି ନିବାସ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଏପରି ମହତ୍ ଉଦ୍ଦେଶ୍ୟକୁ ସବୁ ସ୍ଥାନରେ ଭୂୟସୀ ପ୍ରଶଂସା କରାଯାଇଛି ।

No Result
View All Result