No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଦିୱାନପାଟଣା ସ୍ଥିତ ମା, ଦୁଲାଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ ଓ ଗରୀବ ବୃଦ୍ଧ, ବୃଦ୍ଧାମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଉ ମଧ୍ୟ ଦିୱାନ୍ ପାଟଣା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଆମ୍ବ, ପଣସ, ନଡିଆ ପ୍ରଭୃତି ଚାରାରୋପଣ କରାଯାଇଥିଲା ।
ଅନୁଷ୍ଠାନ ପକ୍ଷରୁ ୩ ଶହରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଆୟୋଜିତ ଜନହିତକର କାର୍ଯ୍ୟକ୍ରମରେ ଭାପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ କାଶୀନାଥ ବାରିକ୍, ସୁନାକର ସାହୁ, ପ୍ରମୁଖ ଯୋଗ ଦେଇଥିଲାବେଳେ ଏଥିରେ ଯୁବନେତା ରାଜକିଶୋର ପ୍ରଧାନ, କୈଳାଶ ଚନ୍ଦ୍ର ଦାସ, ସତ୍ୟପ୍ରକାଶ ସାହୁ, ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

No Result
View All Result