No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ପଲ୍ଲିଶ୍ରୀ ଖେଳ ପଡ଼ିଆ ଏ ଅଞ୍ଚଳର ଏକ ପ୍ରମୁଖ ଖେଳ ପଡ଼ିଆ ଭାବରେ ବେଶ୍ ପରିଚିତ । ସେଥିପାଇଁ ବିଗତ ସରକାର ସମୟରେ ଏହାକୁ ମିନି ଷ୍ଟାଡିୟମ ଭାବରେ ଘୋଷଣା କରି ବାଉଣ୍ଡ୍ରିଓ୍ବାଲ ତିଆରି କରି ସେଥିରେ ଗ୍ୟାଲେରୀ ବଦଳରେ କେବଳ ବସିବା ପାଇଁ ପିଣ୍ଢା ତିଆରି ହୋଇଥିଲା । ଏବଂ ପଡ଼ିଆର ଉନ୍ନତି କରଣ ହୋଇଥିଲା ।
ପରେ ପରେ ଖେଳପଡିଆ ର ଆବଶ୍ୟକତା କୁ ନଜରରେ ରଖି ବିଭିନ୍ନ ଫଣ୍ଡରୁ ଆଲୋକିକରଣ ପାଇଁ ତିନୋଟି ଏଲଇଡି ଲାଇଟ୍ ଲଗାଯାଇଥିଲା । କିନ୍ତୁ ସେହି ଲାଇଟ୍ ରେ ସେତିକି ଆଲୋକ ହେଉନଥିବାରୁ ସଂନ୍ଧ୍ୟା ସମୟରେ ବିଭିନ୍ନ ଖେଳ ସହ ବିଶେଷ କରି ଫୁଟବଲ ଏବଂ ଖୋଖୋ ଖେଳୁଥିବା ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେଣୁ ଅଧିକ ଓ୍ବାଟ ଥିବା ଫ୍ଲଡ ଲାଇଟ୍ ବ୍ୟବସ୍ଥା କରିବାପାଇଁ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ନିକଟରେ ସିନ୍ଧେକେଲା ଅଞ୍ଚଳର ଯୁବ ଖେଳାଳି ମାନଙ୍କ ସହ ଓଡ଼ିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଶାଖାର ଟ୍ରିବୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ସାମ୍ବାଦିକ ଦିନେଶ ଜୈନ, ସୁଶାନ୍ତ ଥନାପତୀ ପ୍ରମୁଖ ଦାବି କରିଛନ୍ତି ।

No Result
View All Result