ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭଦ୍ରକ , ଭୋଗରାଇ :- ଭୋଗରାଇ, ମହାମାରୀ କରୋନା ସଂକ୍ରମଣ ବଢ଼ୁଛି, ଆର୍ଥିକ କାରବାରକୁ ସ୍ୱାଭାବିକ କରିବାକୁ ପୁଣି ଆରମ୍ଭ ହେଉଛି ଗୋଟିଏ ପରେ ଗୋଟିଏ ସେବା । ତେବେ, ଅନଲକ ୪ରେ ରାଜ୍ୟ ସରକାର ସଭା ସମିତି କି ସାଂସ୍କୃତିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିନାହାଁନ୍ତି । ସେପ୍ଟେମ୍ବର ୨୧ରୁ ଓପନ୍ ଏୟାର ଥିଏଟର ପାଇଁ ଅନୁମତି ଦିଆଯାଇଛି । ତେବେ, ଏହାରି ଭିତରେ ଲୋକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ ଆସିଛି କୋଭିଡ୍ ନିୟମ ଉଲ୍ଲଂଘନର ଅଭିଯୋଗ ।

ଯେଉଁଛି ଡ୍ୟାନ୍ସ ପ୍ରୋଗ୍ରାମ ଦେଖିବାକୁ ଲୋକେ କରୋନା କଟକଣାକୁ ପାସୋରି ଯାଇଛନ୍ତି । ସଂଖ୍ୟାଧିକ ଲୋକଙ୍କୁ ନେଇ ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା ନକରି ଜମିଛି ନାଚ ଗୀତର ଆସର, ଆଉ ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ଖୋଲାଖୋଲି ଭାବେ ବଜାର ଉପରେ କାର୍ଯ୍ୟକ୍ରମ ଚାଲିଛି । ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ହାଟ ନିକଟରେ ବିଶ୍ୱକର୍ମା ଓ ମନସା ପୂଜାରେ ନୃତ୍ୟ ସଂଗୀତର ଆସର ଜମିଥିଲା । କୋଭିଡ୍ ନିୟମ ନମାନି ଏକାଠି ହୋଇଥିଲେ ଶହ ଶହ ସଂଖ୍ୟାରେ ଦର୍ଶକ । ଏନେଇ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ୍କୁ ଆସିଛି ପ୍ରଶାସନ । ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଚଡ଼ାଉ କରାଯାଇଛି । ଆୟୋଜକଙ୍କୁ ୫୦ ହଜାର ଟଙ୍କା ଜରିମାନା କରିବା ସବ ଟେଣ୍ଟ ମାଲିକଙ୍କୁ ଅଟକ ରଖିଛି ପ୍ରଶାସନ । (ଦୀପ୍ତିମାନ ପତି /ବାଲେଶ୍ୱର)














