ପୁରୀ/କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସୁଭଦ୍ରା ଶକ୍ତି ମେଳା ଆମ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ ର ଶକ୍ତି କ୍ଷେତ୍ର ପାଲଟିଛି । ଆମେ ଯେଉଁ ଉତ୍ପାଦ କରୁଛୁ ତାହାର ପ୍ରଦର୍ଶନ ଓ ବିକ୍ରି ସୁଭଦ୍ରା ଶକ୍ତି ମେଳାରେ କରିବା ସହ ଆମ ଆର୍ଥିକ ସ୍ଥିତି କୁ ମଜବୁତ କରି ପାରୁଛୁ ବୋଲି କହିଛନ୍ତି ଉତ୍ପାଦକ ଗୋଷ୍ଠୀର ମା ମାନେ ।
କୋଣାର୍କ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଛି ସୁଭଦ୍ରା ଶକ୍ତି ମେଳା । ଗତ ୧ ତାରିଖ ଠାରୁ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲା ର ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦକ କୁ ଏଠାରେ ପ୍ରଦର୍ଶିତ କରି ଲୋକ ମାନଙ୍କୁ ଆକୃଷ୍ଟ କରୁଛନ୍ତି ।

କୋରାପୁଟ ରୁ ଆସିଥିବା ବିନାୟକ ଗୁଣ୍ଠ ଯିଏ ପାରମ୍ପରିକ ଖାଦ୍ୟ ଶସ୍ୟ ଓ ମସଲା,ଦେଶୀ ନାଲି ଚାଉଳ ହଳଦୀ,ମାଣ୍ଡିଆ ଇତ୍ୟାଦି ବିକ୍ରି କରି ଖୁସି ଅଛନ୍ତି।ସେହିପରି ଅନୁଗୁଳ ବଡଯୋରଡାର ଲିପିକା ପ୍ରଧାନ ବସ୍ତ୍ର, କନ୍ଧମାଳ ଟିକାବାଲିର ନର୍ମଦା ମଲ୍ଲିକ ହଳଦୀ, କୋଳଥ, ବିରି ଇତ୍ୟାଦି ଖାଦ୍ୟ ସାମଗ୍ରୀ,
ପିପିଲି ନିଜିଗଡ କୁରକ୍ଷୀ ସଞ୍ଜୟ ପରିଡା ଟେରାକୋଟା ସାମଗ୍ରୀ,ହିନ୍ଦୋଳ ଢେଙ୍କାନାଳର ବେବିନା ରାଉତ ଟେଲରିଂ ସାମଗ୍ରୀ,,ରାୟଗଡା ର ଆପାଲାମା ପାଲାକା ଝାଡୁ ବ୍ୟବସାୟ କରିବାକୁ ଆସିଛନ୍ତି।ଏଠାରେ ପ୍ରଥମ ଥର ମେଳା ହେଉଛି।ବିକ୍ରି ଯେଉଁ ଭଳି ହେଉଛି ତାହା ସନ୍ତୋଷଜନକ ।


















