ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରକେଲା ଦାଦନ ଋତୁ ଆରମ୍ଭରୁ ହଜାର ହଜାର ଦାଦନ ସଂଖ୍ୟାରେ ଦାଦନ ଶ୍ରମିକ ମାନେ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି । ହେଲେ ସରକାରଙ୍କ ନିୟମ କୁ ପାଳନ ନ କରି ଦାଦନ ଚାଲାଣ ହେବା ଘଟଣା ସାମନା କୁ ଆସେ । ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ ୧୩ ଜଣ ଦାଦନ ଶ୍ରମିକଙ୍କ ସହ ଦୁଇଟି ଛୁଆଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ସର୍ଦାରକୁ ଗିରଫ କରିଛି ।















