No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପବିତ୍ର ଗୀତା ଜୟନ୍ତୀ ଅବସରରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତ ଗୀତା ଆବୃତ୍ତି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସାକ୍ଷୀଗୋପାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ୭୬ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର,ସମ୍ମାନିତ ଅତିଥି ଭାବରେ ପଣ୍ଡିତ ଟୁକୁନା କୁମାର କର ,

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର,ଶ୍ରୀମଦ୍ ଭଗବତ ଗୀତା ପରିଷଦ ସତ୍ୟବାଦୀ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଆଇନଜୀବୀ ସୁଶାନ୍ତ କୁମାର ରଥ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ସମ୍ପାଦକ ବାଉରୀବନ୍ଧୁ ସ୍ୱାଇଁ,ପୁର୍ବତନ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ, ପୁର୍ବତନ ଶିକ୍ଷକ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ । ଡକ୍ଟର ଅଶୋକ କୁମାର ମହାପାତ୍ର ଛାତ୍ରଛାତ୍ରୀ ଶ୍ରୀମଦ୍ ଭଗବତ ଗୀତା ଆମ ଜୀବନରେ କିପରି କିପରି ପ୍ରତିଫଳିତ ହେଉଅଛି ତାହା ଉପରେ ଆଲୋକପାତ କରିଥିଲେ। ଦୈନିକ ଦୁଇପଦ ହେଉ ପଛେ ଶୁଦ୍ଧପୂତ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଗୀତା ଆବୃତ୍ତି କରିବା ଆବଶ୍ୟକ ।

ସେଇଥି ପାଇଁ କୁହାଯାଇଛି “ରୁଚ ନ ରୂଚ ଖାଅ ପିତା , ବୁଝ ନ ବୁଝ ପଢ଼ ଗୀତା” l ଶେଷରେ କ ବର୍ଗ, ଖ ବର୍ଗ ଓ ଗ ବର୍ଗ ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏହି ପ୍ରତି ଯୋଗିତରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀମଦ୍ ଭାଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା l ଆଇନଜୀବୀ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result