ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରୁଷିଆର ସବୁଠାରୁ ବଡ଼ ବ୍ୟାଙ୍କ, ସବରବ୍ୟାଙ୍କ ଓ ଜେଏସସି ଫାର୍ଷ୍ଟ ଆସେଟ ମ୍ୟାନେଜମେଂଟ ମିଳିତ ଭାବେ ଏକ ନୂଆ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିଛନ୍ତି ଯାହାର ନାମ ହେଉଛି “ଫାର୍ଷ୍ଟ–ଇଣ୍ଡିଆ” । ଏହି ଫଣ୍ଡ ରୁଷିଆର ସାଧାରଣ ନିବେଶକମାନଙ୍କୁ ଭାରତର ଷ୍ଟକ ବଜାରରେ ନିବେଶ କରିବାର ସୁଯୋଗ ଦେଉଛି । ଏହା ଏନଏସଇର ମୁଖ୍ୟ ସୂଚକାଙ୍କ ନିଫ୍ଟି୫୦ର କାର୍ଯ୍ୟଦକ୍ଷତାକୁ ଅନୁସରଣ କରୁଛି । ନିଫ୍ଟି୫୦ ହେଉଛି ଦେଶର ବଜାର ମୂଲ୍ୟ ଅନୁସାରେ ଶ୍ରେଷ୍ଠ ୫୦ଟି କମ୍ପାନିର ସୂଚକାଙ୍କ ।















