ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଶ୍ୱର ସର୍ବବୃହତ୍ ଇଂଟର୍ନେଟ୍ କମର୍ସ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ସଂସ୍ଥା, ଇଣ୍ଡିଆ ଟେକ୍ ଡଟ୍ ଓଆର୍ଜି (ଟିଏସଆଇଏ)ପକ୍ଷରୁ ଏହାର ହ୍ୱାଇଟ୍ ପେପର୍-‘ଅନ୍ଲାଇନ୍ ଫାଂଟାସି ସ୍ପୋର୍ଟସ୍: ଆଡିଙ୍ଗ୍ ଭାଲ୍ୟୁ ଟୁ ଦ ଇଣ୍ଡିଆନ୍ ସ୍ପୋର୍ଟିଙ୍ଗ୍ ଇକୋସିଷ୍ଟମ୍’ ସର୍ଭେର ଫଳାଫଳ ଉନ୍ମୋଚନ କରାଯାଇଛି । ଏହି ପେପରରେ ଓଏଫ୍ଏସ୍ ଉପଭୋକ୍ତାମାନଙ୍କର ଖେଳିବା ଶୈଳୀ, ସାମ୍ପ୍ରତିକ ନିୟାମକ ପରିଦୃଶ୍ୟ, ଶିଳ୍ପକୁ ଅସୁବିଧାରେ ପକାଉଥିବା ଭୂଲ ଧାରଣା ଓ ଭାରତୀୟ କ୍ରୀଡା ଓ ସମଗ୍ର ଅର୍ଥନୀତି ଉପରେ ଶିଳ୍ପର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରାଯାଇଛି । ଏହି ଅଧ୍ୟୟନରୁ ଜଣାଯାଇଛି ଯେ,୮୦% ଅନ୍ଲାଇନ୍ ଫାଂଟାସି ସ୍ପୋର୍ଟସ୍ (ଓଏଫଏସ) ଉପଭୋକ୍ତା ‘ଫ୍ରି-ଟୁ-ପ୍ଲେ’ ଫର୍ମାଟ୍ରେ ଅର୍ଥାତ ମାଗଣାରେ ଅଂଶଗ୍ରହଣ କରିବାକୁ ପସନ୍ଦ କରୁଥିବା ବେଳେ ‘ପେ-ଟୁ-ପ୍ଲେ’ ଫର୍ମାଟ୍ରେ ଅଂଶଗ୍ରହଣ କରୁଥିବା ଅବଶିଷ୍ଟ ୨୦% ମଧ୍ୟରୁ ୯୮% ଉପଭୋକ୍ତା ନିଜ ଜୀବନକାଳ ମଧ୍ୟରେ (ଗତ ୩ରୁ୪ ବର୍ଷ ମଧ୍ୟରେ) ୧୦,୦୦୦ ଟଙ୍କାରୁ କମ୍ ଅର୍ଥ ଜିତିଛନ୍ତି କିମ୍ବା ହରାଇଛନ୍ତି ।
ଏହି ତଥ୍ୟ ଉପରେ ଆଲୋକପାତ କରୁଛି ଯେ, ଫାଂଟାସି ସ୍ପୋର୍ଟଗୁଡିକ ହେଉଛି ପ୍ରତିଯୋଗୀତାପୂର୍ଣ୍ଣ ଡିଜିଟାଲ ସ୍ପୋର୍ଟସ୍ ଏନ୍ଗଜେ୍ମେଂଟ୍ ପ୍ଲାଟ୍ଫର୍ମ ଏବଂ ଏହା ସ୍ପଷ୍ଟ ରୂପେ ଅଭ୍ୟାସ ବା ନିଶା ପ୍ରକୃତିର ନୁହେଁ । ପେ-ଟୁ-ପ୍ଲେ’ ଫର୍ମାଟ୍ରେ ଅଂଶଗ୍ରହଣ ପାଇଁ ହାରାହାରି ଟିକେଟ୍ ମୂଲ୍ୟ ସର୍ବନିମ୍ନ ୩୫ ଟଙ୍କା ରହିଛି ଯାହାକି ଏକ ସ୍ନାକ୍ସର ଦାମ ସହ ସମାନ । ଏହା ସ୍ପଷ୍ଟ ଯେ, ଫାଂଟାସି ସ୍ପୋର୍ଟସ୍, ଅନ୍ୟ ସମସ୍ତ ପ୍ରକାରର ଅନ୍ଲାଇନ୍ ଗେମ୍ ତୁଳନାରେ ଭିନ୍ନ, ଯାହାକି ଅଂଶଗ୍ରହଣକାରୀଙ୍କ ପାଇଁ ଫଳାଫଳ ସ୍ଥିର କରିବାକୁ ବାସ୍ତବ ଖେଳ ଖେଳିବା ପାଇଁ ଜଣେ ରିୟଲ୍-ଲାଇଫ୍ ଖେଳାଳି ଆବଶ୍ୟକ କରିନଥାଏ । ଏହା ରିଅଲ୍-ଟାଇମ୍ ସ୍ପୋର୍ଟସ୍ ମ୍ୟାଚ୍ଗୁଡିକର ବାସ୍ତବତା, ଋତୁକାଳୀନତା ଓ ଉପଲବ୍ଧତା ଉପରେ ନିର୍ଭରଶୀଳ, ଯାହାକି ଏହାକୁ ଖେଳର ଏକ ଅଣ ଅଭ୍ୟାସଗତ ଫର୍ମରେ ପରିଣତ କରୁଛି ଏବଂ ଏହାକୁ ସାଧାରଣରେ ଗ୍ୟାମ୍ବଲିଙ୍ଗ୍ କିମ୍ବା ବେଟିଙ୍ଗ୍ ବା ଜୁଆ ଖେଳ ପ୍ରକୃତିର ବିବେଚନା କରାଯାଉଥିବା ଅନ୍ୟ ଅନ୍ଲାଇନ୍ ଗେମ୍ ତୁଳନାରେ ଭିନ୍ନ କରୁଛି ।
ଭାରତରେ କ୍ରୀଡା ଉତ୍ସାହୀଙ୍କ ଆଗ୍ରହକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉପରେ ମତ ରଖି ଇଣ୍ଡିଆଟେକ୍ର ସିଇଓ ରମେଶ କୈଳାଶମ୍ କହିଛନ୍ତି ଯେ, “ଗତ କିଛି ବର୍ଷ ମଧ୍ୟରେ ଫାଂଟାସି ସ୍ପୋର୍ଟସ୍ ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ କ୍ଷେତ୍ର ପାଲଟିଛି, ଯାହାକି ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତରେ କ୍ରୀଡାର ବ୍ୟବହାରକୁ ବୃଦ୍ଧି କରିଛି । ସ୍ପୋର୍ଟସ୍ ଫ୍ୟାନ୍ ଏନ୍ଗେଜ୍ମେଂଟ୍ର ଏକ ଆଇନ୍ଗତ ଅନୁମୋଦିତ ଫର୍ମାଟ୍ ଭାବେ ଏହି ଶିଳ୍ପ ଉପଭୋକ୍ତା ଓ ଅପରେଟରମାନଙ୍କୁ ଏଫ୍ଆଇଏଫ୍ଏସ୍ ମାଧ୍ୟମରେ ସୁରକ୍ଷିତ ରଖିବା ଲାଗି ସ୍ୱ- ନିୟନ୍ତ୍ରିତ ଅଟେ ।” ଏକ କ୍ଷେତ୍ର ଭାବେ ଫାଂଟାସି ସ୍ପୋର୍ଟସ୍; ୨୦୧୭ରେ ଏକ ସେଲ୍ଫ- ରେଗୁଲେଟୋରୀ ବଡି ଭାବେ ଆରମ୍ଭ ହୋଇଥିବା ଫେଡେରେଶନ ଅଫ୍ ଇଣ୍ଡିଆନ୍ ଫାଂଟାସି ସ୍ପୋର୍ଟସ୍ (ୠଓୠଝ) ଦ୍ୱାରା ପ୍ରତିନିଧିତ୍ୱ ହେଉଛି । ଅନ୍ଲାଇନ୍ ଫାଂଟାସି ପ୍ଲାଟ୍ଫର୍ମ ଓ ଅପରେଟରମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି କାରଣରୁ ୨୦୧୯ ଆର୍ଥିକ ବର୍ଷରେ ଇନ୍କମ୍ ଟ୍ୟାକ୍ସ ଖର୍ଚ୍ଚ ୪୩ କୋଟି ଟଙ୍କା ରହିଥିବା ବେଳେ ୨୦୨୦ ଆର୍ଥିକ ବର୍ଷରେ ୮୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏକ ଶିଳ୍ପ ଭାବେ ଫାଂଟାସି ସ୍ପୋର୍ଟସ୍ ଭାରତକୁ ବିପୁଳ ମାତ୍ରାରେ ଏଫ୍ଡିଆଇ ଆକର୍ଷିତ କରିପାରିଛି । ୨୦୧୮ ଓ ୨୦୧୯ରେ ଏହି ଶିଳ୍ପ ପ୍ରାୟ ୧୫୦୦ କୋଟି ଟଙ୍କାର ଏଫ୍ଡିଆଇ ଆଣିଥିବା ବେଳେ ଏହା ଲଗାତର ବୃଦ୍ଧି ପାଉଛି ।