ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର କୁଳପତି ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ପରିଦର୍ଶନ ରେ ଆସି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଓ ସମସ୍ତ କର୍ମଚାରୀଙ୍କ ସହିତ ବାର୍ତାଳାପ କରି ମହାବିଦ୍ୟାଳୟ ର ସୁବିଧା ଅସୁବିଧା ବୁଝିକି ଆଗାମୀ ଦିନରେ ସବୁ ସମସ୍ୟା ର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବି ବୋଲି ପ୍ରତିଶୃତି ଦେଇଥିଲେ.l ଦୁଇଘଣ୍ଟା ର ପରିଦର୍ଶନ ସମୟରେ ମହାବିଦ୍ୟାଳୟ ର ଲାଇବ୍ରେରୀ, କମ୍ପୁଟର ଲେବ ଓ ସମସ୍ତ ଶ୍ରେଣୀଗୃହ କୁ ପରିଦର୍ଶନ କରି ସନ୍ତୁଷ୍ଟ ବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମ ବିଷୟରେ ମହାବିଦ୍ୟାଳୟ ର ଛାତ୍ରୀମାନେ ଧାଡ଼ିବାନ୍ଧି ଛିଡା ହୋଇ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ଓ ମହାବିଦ୍ୟାଳୟ ବିକାଶ ପରିଷଦ ର ଅଧକ୍ଷ ଡ଼କ୍ଟର ଜିତେନ୍ଦ୍ର ପ୍ରଧାନ ଙ୍କୁ କରତାଳି, ହୁଳହୁଳି ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ. ଅଧକ୍ଷ ଶ୍ରୀ ପୁରୋହିତ ଙ୍କ ସହିତ ମହାବିଦ୍ୟାଳୟ ବିଷୟରେ ସବୁ ବିଷୟରେ ଅବଗତ ହେଲା ପରେ ବଲାଙ୍ଗୀର କୁ ପ୍ରତ୍ୟାବର୍ତନ କରିଥିଲେ. ଯିବା ସମୟରେ ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ଓ ଡ଼କ୍ଟର ଜିତେନ୍ଦ୍ର ପ୍ରଧାନ ଙ୍କୁ ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଉପଢୌକନ ଦେଇ ସମ୍ମାନୀତ କରିଥିଲେ l
















