ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଅନ୍ତର୍ଗତ ସାନମୂଳା ଗାଁରେ ଥିବା ମହିମା ଆଶ୍ରମ ରେ ଦୀର୍ଘ ୪୫ ବର୍ଷ ଧରି ରହି ଆସୁଥିବା ବାବା ଲକ୍ଷ୍ମଣାନନ୍ଦ ଦାସ ଙ୍କ ଦେହାନ୍ତ ହୋଇଯାଇଛି । ଏଥିରେ ପୁଟୁପଡା ମଠର ମଠାଧୀଶ କିଶୋରଚନ୍ଦ୍ର ଦାସ ବାବା,ମୁରିବାହାଲ ଅଞ୍ଚଳ ର ବାବା ସୁଶୀଲ ଦାସ,ବ୍ରହ୍ମାନନ୍ଦ ବାବା ଙ୍କ ସହ ପଶ୍ଚିମ ଓଡିଶା ର ସମସ୍ତ ସାଧୁ ଭକ୍ତ ମାନେ ଆସି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।
ସେ ଜଣେ ଜଣାସୁଣା ବାବା ଥିଲେ । ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ଯାଇ ଘୃତାହିତ ତଥା ଘିଅ ପୋଡ଼ା କରି ଆସୁଥିଲେ। ବିଭିନ୍ନ ସଭା କାର୍ଯ୍ୟ ବୈଠକ କରି ଆସୁଥିଲେ । ତାଙ୍କର ବିୟୋଗ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗ ହେବା ପରେ ବହୁ ଭକ୍ତ ମାନେ ଆସି ଶେଷ ଦର୍ଶନ କରିଥିଲେ ।















