ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ମଲିକ ଏବଂ ଦଶମ ଶ୍ରେଣୀର ଅର୍ଚ୍ଚିତା ପ୍ରଧାନ ବୋଲି ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା କହିଛନ୍ତ।















