ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପାଇଁ ଲକ୍ଷାଧିଜ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଗୀତାଞ୍ଜଳୀଙ୍କ ପାଇଁ ତାଙ୍କ ଭାଇ ତଥା ସମାଜସେବୀ ଦିନବନ୍ଧୁ ମହାରଣା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ଜଣାଇଛନ୍ତି ।















