• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ମାନିତ ହେବେ ୧୬ଜଣ ଆଇକନ୍‌ : ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

Proprietor Abhimanyu Maharana by Proprietor Abhimanyu Maharana
November 30, 2025
in ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍
0
16 Icons to be Honoured : SSI Brings National Sporting Excellence to Bhubaneswar
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୂର୍ବ ଭାରତରେ ଏହି ଧରଣର ପ୍ରଥମ କ୍ରୀଡା ବିଜ୍ଞାନ ଓ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଏସଏସ୍‌ଆଇ ଭୁବନେଶ୍ୱରରେ ଭାରତୀୟ କ୍ରୀଡାକୁ ନେଇ ଏକ ଉଲ୍ଲେଖନୀୟ ଉତ୍ସବ ପାଳନ କରିବାକୁ ଯାଉଛି । ଡ.ସାର୍ଥକ ପଟନାୟକ ଏବଂ ସୋମ୍ୟ ପଟନାୟକଙ୍କ ଦ୍ୱାରା ସ୍ଥାପିତ ଏସ୍‌ଏସ୍‌ଆଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୬ ତାରିଖରେ ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ପରେ ପରେ ଡିସେମ୍ବର ୭ ତାରିଖରେ ଲାଇଫ୍‌ ହୋଟେଲରେ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି ଦୁଇଟି ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି ।ସମ୍ମିଳିତ ଭାବରେ ଏହି କାର୍ଯ୍ୟକ୍ରମଗୁଡିକ ସାମ୍ପ୍ରତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରୀଡା ପରିବ୍ୟବସ୍ଥା ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ତାଲିମ, ଆଥଲେଟ୍‌ମାନଙ୍କର କଲ୍ୟାଣ ଏବଂ ସୁସଂଗଠିତ ସ୍ୱୀକୃତିର ବର୍ଦ୍ଧିତ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରୁଛି । ପୁରସ୍କାର ପ୍ରଦାନ ସମାରୋହକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କ୍ରୀଡା ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ଅତିରିକ୍ତ ଡିଜି ତଥା ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଉଦ୍‌ଘାଟନ କରିବେ । ଏଥିରେ ୧୬ଜଣ ବିଶିଷ୍ଟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର କ୍ରୀଡା ବ୍ୟକ୍ତିତ୍ୱ ଏକତ୍ରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିସାରିଛନ୍ତି ।

ସେମାନଙ୍କର ଅଂଶଗ୍ରହଣ ଏସ୍‌ଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ର ଏହି ସଂସ୍କରଣକୁ ରାଜ୍ୟରେ ଏଯାବତ୍‌ ଆୟୋଜିତ ହୋଇଥିବା ସବୁଠାରୁ ସମ୍ମାନଜନକ କ୍ରୀଡା ସମାବେଶ କରି ଗଢିତୋଳୁଛି ଏବଂ ଏହା ଭାରତର ଅଗ୍ରଣୀ କ୍ରୀଡା ସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ଭୂମିକାକୁ ଉପସ୍ଥାପନ କରୁଛି ।
ସମ୍ମାନିତ ହେବାକୁ ଥିବା ପ୍ରମୁଖ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଭାରତୀୟ ଆଇସ୍‌ ହକି ଟିମ୍‌ ଅନ୍ତର୍ଭୁକ୍ତ, ଯାହା ବିଶ୍ୱର ସବୁଠାରୁ କଷ୍ଟକର କ୍ରୀଡାରେ ନିଜର ମଜଭୁତପଣ ଏବଂ ଅଦମ୍ୟ ଉତ୍ସାହକୁ ନେଇ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଥିସହିତ ରହିଛନ୍ତି ଭାରତର ଅନ୍ୟତମ ଉଜ୍ଜ୍ୱଳତମ ବ୍ୟାଡମିଣ୍ଟନ ପ୍ରତିଭା ଆୟୁଷ ସେଟ୍ଟି; ଆଇକନିକ୍‌ ସଟ୍‌-ପୁଟର୍‌, ଟ୍ରିପଲ ଅଲିମ୍ପିଆନ୍‌,

ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଭାରତୀୟ ଥ୍ରୋଇଂ ଇଭେଣ୍ଟଗୁଡିକର ଏକ ମଜଭୁତ ସ୍ତମ୍ଭ ଶକ୍ତି ସିଂ; ଅଲିମ୍ପିଆନ୍‌ ସନ୍ତରଣକାରୀ ଏବଂ ଏକାଧିକ ଜାତୀୟ ରେକର୍ଡଧାରୀ ସଜନ ପ୍ରକାଶ; ଭାରତର ସର୍ବାଧିକ ଚର୍ଚ୍ଚିତ ଟେବଲ ଟେନିସ୍‌ ଚେହେରା ଅଚାନ୍ତ ଶରଥ କମଲ ଏବଂ ଜାତୀୟ ରେକର୍ଡଧାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ୍‌ ତାରକା ଜ୍ୟୋତି ୟାରାଜୀ । ଏମାନେ ସମସ୍ତେ ଉତ୍ସବରେ ଉପସ୍ଥିତ ରହିବ ସମ୍ମାନ ଗ୍ରହଣ କରିବା ସହିତ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହ ଓ ପ୍ରେରଣା ଦେବେ । ଏହି କ୍ରୀଡାର ବହୁବିଧ ବିଭାଗ ଓ ଶୃଙ୍ଖଳାୋର ପ୍ରଦାନ କରାଯିବ ।

ଏସଏସ୍‌ଆଇ କର୍ଣ୍ଣ ପୁରସ୍କାର ବୀରତ୍ୱ, ଲକ୍ଷ୍ୟବଦ୍ଧତା ଏବଂ କ୍ରୀଡାରେ ଉତ୍ସାହର ପ୍ରତୀକ ଭାବରେ ପୈାରାଣିକ ଯୋଦ୍ଧାଙ୍କ ଅନୁସାରେ ନାମିତ କରାଯାଇଛି ଏବଂ ଏହା ଏକାଧିକ ପ୍ରମୁଖ ବିଭାଗରେ ପ୍ରଦାନ କରାଯିବ । ମିଲ୍‌ଖା ସିଂ ସ୍ପ୍ରିଣ୍ଟ ଆୱାର୍ଡ କିମ୍ବଦନ୍ତୀ ଧାବକଙ୍କ ପରିବାର ନିକଟରୁ ଯଥାଯଥ ଅନୁମତି ମିଳିବା ପରେ ପ୍ରଦାନ କରାଯାଉଛି । ଏହା ଭାରତର ଦ୍ରୁତତମ ଆଥ୍‌ଲେଟମାନଙ୍କୁ ସ୍ୱୀକୃତି ଓ ପ୍ରଶସ୍ତି ଆଣିଦେଉଛି । ଦିଲୀପ ତିର୍କୀ ଏବଂ ଶକ୍ତି ସିଂଙ୍କ ନାମରେ ନାମିତ ପୁରସ୍କାର ଯଥାକ୍ରମେ ହକି ଓ ଥ୍ରୋଇଂ ଇଭେଣ୍ଟରେ କ୍ରୀଡା ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରାଯିବ । ଏଥିସହିତ ତୃଣମୂଳ ସ୍ତରର କାର୍ଯ୍ୟ, କୋଚିଂ କ୍ଷେତ୍ରରେ ଅବଦାନ, କ୍ରୀଡା ବିଜ୍ଞାନରେ ନବସୃଜନ ଏବଂ ଜୀବନବ୍ୟାପୀ ସେବା ଆଦିରେ ଅନେକ ସମ୍ମାନ ଏହି ଅବସରରେ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମଗୁଡିକର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡ.ସାର୍ଥକ ପଟନାୟକ କହିଥିଲେ, “ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି କାର୍ଯ୍ୟକ୍ରମ ଭାରତରେ କ୍ରୀଡା ଓ କ୍ରୀଡା ବିଜ୍ଞାନ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିତାନ୍ତ ଜରୁରୀ । ଆମେ ତୃଣମୂଳ ସ୍ତରରୁ ଏକ ମଜଭୁତ ମୂଳଦୁଆ ଗଢିବା ଏବଂ ବିଶ୍ୱଶ୍ରେଣୀର ଆଥଲେଟ୍‌ ପ୍ରସ୍ତୁତ କରିବାକୁ ହେଲେ ବିଜ୍ଞାନ, ସ୍ୱୀକୃତି ଏବଂ ସୁସଂଗଠିତ ସମର୍ଥନ ଏକତ୍ର ରହିବା ଆବଶ୍ୟକ । ଓଡ଼ିଶା ପାଇଁ ଏହା ଏକ ଗର୍ବିତ ମୁହୂର୍ତ୍ତ ଯେ ୧୬ଜଣ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡା ବ୍ୟକ୍ତିତ୍ୱ ଭୁବନେଶ୍ୱରକୁ ଆସିବେ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଭ କରିଛନ୍ତି ।

ସେମାନଙ୍କର ଉପସ୍ଥିତି କ୍ରୀଡାର ବିକାଶ ଦିଗରେ ଓଡ଼ିଶାର ମଜଭୁତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଏହା ସମଗ୍ର ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଆଥଲେଟଙ୍କୁ ପ୍ରେରଣା ଦେବ । “ଏସଏସ୍‌ଆଇ ସ୍ପୋର୍ଟସ୍‌ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭାରତ ଜରୁରୀ ଆବଶ୍ୟକ କରୁଥିବା ପ୍ରଗତିଶୀଳ କ୍ରୀଡା ସଂସ୍କୃତିକୁ ବହନ କରୁଛି । ଏସଏନଏମ୍‌ ଗ୍ରୁପ୍‌ରେ ଆମେ ଉକ୍ରର୍ଷକୁ ପାଳନ କରୁଥିବା ଏବଂ କ୍ରୀଡା କ୍ଷେତ୍ରରେ ବିଜ୍ଞାନ ଆଧାରିତ ଚିନ୍ତନକୁ ଆଗେଇ ନେଉଥିବା ଏହିଭଳି ଏକ କାର୍ଯ୍ୟକ୍ରମର ସହ-ପ୍ରାୟୋଜକ ହୋଇ ଗର୍ବିତ ।

ଏହିଭଳି ପ୍ରୟାସଗୁଡିକ ଭାରତର ଆଥଲେଟିକ୍‌ ଅଭିବୃଦ୍ଧିରେ ଘରୋଇ କ୍ଷେତ୍ର କିଭଳି ଅର୍ଥପୂର୍ଣ୍ଣ ଅବଦାନ ରଖୁଛି, ସେ ସମ୍ପର୍କରେ ଆଲୋକପାତ କରୁଥିବାରୁ ଏଗୁଡିକୁ ଉତ୍ସାହିତ କରାଯିବା ଆବଶ୍ୟକ । ଏକ ଅଧିକ ମଜଭୁତ, ଅଧିକ ଦୀର୍ଘସ୍ଥାୟୀ କ୍ରୀଡା ପରିବ୍ୟବସ୍ଥା ନିର୍ମାଣ ଦିଗରେ ସରକାରଙ୍କ ସହିତ ସମସ୍ତ ଘରୋଇ ସଂସ୍ଥା ଆଗେଇ ଆସି ସହଯୋଗ କରିବାକୁ ମୁଁ ନିବେଦନ କରୁଛି । ସମ୍ମିଳିତ ଭାବରେ ଆମେ ଏଭଳି ଏକ ରାଷ୍ଟ୍ର ଗଠନ କରିପାରିବା ଯେଉଁଠାରେ ପ୍ରତିଭାମାନଙ୍କର ପରିପୋଷଣ କରାଯିବ, ପ୍ରଦର୍ଶନକୁ ବିଜ୍ଞାନ ଆଗେଇନେବ ଏବଂ କ୍ରୀଡା ଜାତୀୟ ବିକାଶର ଏକ ବାସ୍ତବ ମୂଳାଧାର ହୋଇପାରିବ,” ବୋଲି ଶ୍ରୀ ପ୍ରବୋଧ ମହାନ୍ତି, ଏମ୍‌ଡି, ଏସଏନଏମ୍‌ ଗ୍ରୁପ୍‌ କହିଥିଲେ ।

ଏହି ଉତ୍ସବ ପରଦିନ ମଧ୍ୟ ଜାରି ରହିବ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭରେ ବିଶାରଦ, କୋଚ, ଗବେଷକ ଏବଂ ଆଥଲେଟମାନେ ଏକତ୍ରିତ ହୋଇ ପରବର୍ତ୍ତୀ ପିଢିକୁ ତାଲିମ ପଦ୍ଧତିସମୂହ, ବାୟୋମେକାନିକ୍ସ, ପୋଷଣ, ପୁନଃସୁସ୍ଥ ହେବା, ଆଘାତ ପ୍ରତିଷେଧ ଏବଂ ଆଥଲୋକଙ୍କନଙ୍କର ପ୍ରଦର୍ଶନଗତ ବିଶ୍ଳେଷଣ ଆଦି ସମ୍ପର୍କରେ ଆଲୋଚନା କରିବେ । ଏଗୁଡିକ ଭାରତୀୟ କ୍ରୀଡାର ଭବିଷ୍ୟତକୁ ପରିଭାଷିତ କରୁଥିବା ମୁଖ୍ୟ ବିଷୟ ଭାବରେ ବିବେଚିତ ହେଉଛି । ସମ୍ମିଳିତ ଭାବରେ ଉକ୍ରର୍ଷକୁ ସମ୍ମାନିତ କରିବା ଏବଂ ବିଜ୍ଞାନ ଆଧାରିତ କ୍ରୀଡାର ପ୍ରଗତି ସପକ୍ଷରେ ପଦକ୍ଷେପ ନେବା ଭଳି କାର୍ଯ୍ୟକ୍ରମ ସହିତ ଏସଏସ୍‌ଆଇର ଦୁଇ ଦିନିଆ ଏହି ଆୟୋଜନ ଭୁବନେଶ୍ୱରକୁ ଜାତୀୟ କ୍ରୀଡା ମାନଚିତ୍ରରେ ଦୃଢ ଭାବରେ ଅବସ୍ଥାପିତ କରୁଛି ଏବଂ ଭାରତୀୟ କ୍ରୀଡାର ଏକ ଗନ୍ତାଘର ଭାବରେ ଓଡ଼ିଶାର ଯାତ୍ରା ପଥରେ ଏହା ଆଉ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026
XIM University, Bhubaneswar celebrates its 10th Undergraduate Convocation with elegance and pride!

XIM University, Bhubaneswar celebrates its 10th Undergraduate Convocation with elegance and pride!

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version