No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସେବା, ସାହାଯ୍ୟ କରିବା ମନବୃତ୍ତି ରଖି କାର୍ଯ୍ୟ କଲେ ପୁରସ୍କାର ଆପେ ଆପେ ଆସିଥାଏ | ଏଭଳି ଘଟଣା ଘଟିଛି ମୋନାଲିସା ଜେନା ଙ୍କ କ୍ଷେତ୍ରରେ | କଲେଜ ରେ ପଢିବା ଦିନ ଠାରୁ ସ୍ଵ ଇଛା ରେ ସାମାଜିକ କାର୍ଯ୍ୟ କରିଆସୁଛନ୍ତି|ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱେଚ୍ଛାସେବୀ ମୋନାଲିସା ଜେନା ଉତ୍କଳ ବିଶ୍ୱବଦ୍ୟାଳୟର ୮୩ ତମ ପ୍ରତିଷ୍ଠା ଦିବସ ରେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ -୨୦୨୫ ହାସଲ କରିଛନ୍ତି |
ଉତ୍କଳ ବିଶ୍ୱବଦ୍ୟାଳୟର ଜାତୀୟ ସେବା ଯୋଜନା ର ସର୍ବ ଶ୍ରେଷ୍ଠ ମହିଳା ସ୍ୱେଚ୍ଛାସେବୀ ଭାବେ ପ୍ରଥମ ଥର ଏହି ପଦକ ହାସଲ କରି ଅନୁଷ୍ଠାନ ଓ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି | ପୁରସ୍କାର ମଞ୍ଚ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଭି ସି ଓ ରେଜିଷ୍ଟାର, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ର ଭି ସି, ଲେକଚରଗଣ, ବିଭିନ୍ନ କଲେଜ ରୁ ଆସିଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରମାନେ ଉପସ୍ଥିତ ଥିଲେ |
ଓଡିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଦି ଵେଲ ରେ ମୋନାଲିସା କାର୍ଯ୍ୟ କରି ବେଶ ସଫଳତା ପାଇଛନ୍ତି | ଏକଲବ୍ୟ ପାଠଶାଳା ରେ ବସ୍ତି ର ଗରିବ ନିଃସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି| ପରିବେଶ ପରିଷ୍କାର ପାଇଁ ସମୁଦ୍ର କୂଳ ପାଣି ସଫା ରଖିବା ପାଇଁ ସଚେତନ କରୁଛନ୍ତି | ବିଶ୍ୱସ୍ତରୀୟ ମହୋଦଧି ଦିବସ ରେ ସଫଳତା ର ସହ କାର୍ଯ୍ୟ କରି ପର୍ଯ୍ୟଟମାନଙ୍କୁ ଆକୃଷ୍ଟ କରିପାରିଛନ୍ତି | ମହିଳାମାନେ କିପରି ମୁଖ୍ୟ ସ୍ରୋତ ରେ ସାମିଲ ହେବେ ସେଥି ପାଇଁ ଉଦ୍ୟମ ଜାରି ରଖି ଛନ୍ତି| ଏହି ସଫଳତା ପାଇଁ ଦି ଵେଲ ର ଅଧକ୍ଷ ସିଦ୍ଧାର୍ଥ ରାୟ ଓ ସମସ୍ତ ସଭ୍ୟ ସଭ୍ୟା ମାନେ ଅଭିନନ୍ଦନ ଜଣାଇଛନ୍ତି |

No Result
View All Result