No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରୁ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଚାଲାଣ କରିବା ପାଇଁ ଅନେକ ରାସ୍ତା ଥିବା ବେଳେ ନିରନ୍ତର ଭାଭେ ରେଳବାଇ ରାସ୍ତା କୁ ସୁବିଧାଜନକ ମାନେ କରି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହୋଇଆସୁଛି । ବିଭିନ୍ନ ସମୟରେ ରେଳବାଇ ପୋଲିସ ଓ ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରି ତସ୍କର ମାନଙ୍କୁ ଧରିବାରେ ସଫଳ ହୋଇଥାନ୍ତି । ଗତ କାଲି କଣ୍ଟାବାଞ୍ଜି ପ୍ଲାଟଫର୍ମ-୧ ବିଶାଖାପାଟଣା- କୋର୍ବା ଏକପ୍ରେସ ଟ୍ରେନରେ ଯିବା ପାଇଁ ଫୁଟ ଓଭର ବ୍ରିଜ ନିକଟରେ ଅପେକ୍ଷା କରିଥିବା ଜଣେ ଯୁବକଙ୍କ କାର୍ଯ୍ୟକଳାପ ଉପରେ ଜିଆରପି,
ଆରପିଏଫ୍ଓ ସିପିଡ଼ିଏଫ ଷ୍ଟାଫଙ୍କ ସନ୍ଦେହ ହୋଇଥଲା । ଯାଞ୍ଚରେ ଯୁବକଙ୍କ ବ୍ୟାଗରୁ ୫ କେଜି ୭୪୦ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଅତିରିକ୍ତ ତହସିଲଦାର ସୌମ୍ୟ ରଞ୍ଜନ ରାଉତଙ୍କ ଉପସ୍ଥିତି ରେ ଗଞ୍ଜେଇ କୁ ଓଜନ କରାଯାଇଥିଲା।ଗିରଫ ଯୁବକ ନୂଆପଡ଼ା ଜିଲ୍ଲା ଖରିଆର ଥାନା ତୁକଲା ଖଇବାହଲି ଗାଁର ଭୂପେନ୍ଦ୍ର ସାଗରିଆ(୨୦) ବୋଲି ସ୍ଥାନୀୟ ଜିଆରପି ଫାଣ୍ଡି ଅଧିକାରୀ ମକାରୁ ସାହୁ ସୂଚନାଦେଇଛନ୍ତି ।
ଅଭିଯୁକ୍ତ ଭୂପିନ୍ଦର ଏହି ଗଞ୍ଜେଇ ରାୟପୁର ନେଇ ସେଠାରୁ ଅନ୍ୟ ଟ୍ରେନରେ ମଧ୍ୟପ୍ରଦେଶ ବୀଣା ଯିବାର ଥିଲା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଗୋଟିଏ ମାମଲା ୧୧୭/୨୦୨୫ ରୁଜୁ କରି ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି ।

No Result
View All Result