ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍ଗାଲୋର ଠାରେ ଅନୁଷ୍ଠିତ ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରୀ ଲାୟନ୍ସ ଜିମ୍ ର ଉପକନିଷ୍ଠ ବିଭାଗ ୬୫ ଓ ୯୦ କିଗ୍ରାରେ ଆଦିତ୍ଯ ନାରାୟଣ ପାଢୀ ଓ ଆଦିତ୍ଯ ନାୟକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ପୁରୀ ସହରର ଏହି ଦୁଇ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ସେମାନଙ୍କ ପ୍ରଶିକ୍ଷକ, କ୍ରୀଡାବିତ ମାନେ ସ୍ବାଗତ କରିଛନ୍ତି । ଏହି ସଫଳତା ପାଇଁ ଯୁବ ଆଇନଜୀବୀ ଚିନ୍ମୟଦାସ ଅଭିନନ୍ଦନ ଜଣାଇଛନ୍ତି ।














