No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ରହିଛି ଅନେକ ଅଲୌକିକ ପୀଠ| କାଞ୍ଚି ଅଭିଯାନ ରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥ ଧଳା ଘୋଡା ଓ କଳାଘାଡା ରେ ଚଢି ବ୍ରହ୍ମଗିରି ଦେଇ ଯାଇଥିବା କଥିତ ଅଛି | ମାଣିକପାଟଣା ରେ ଦହି ପିଇ ଗଉଡ଼ୁଣୀ କୁ ସୁନା ମୁଦି ଦେବା କିମ୍ବଦନ୍ତୀ ରହିଛି | ସେହିପରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚାପ ମାଣିକ ଗ୍ରାମ ପଞ୍ଚାୟତ ର କାଶୀଝରିଆ ଗାଁ ନିକଟରେ ଅଛି ଋଷିବନ୍ଧ କଣ୍ଡୁରୀ ଗୋସେଇଁ ଆଶ୍ରମ l

ଋଷି କଣ୍ଡୁ ଏଠାରେ ଯୋଗ ସାଧନା କରୁଥିଲେ।କିଛି ଗବେଷକ କହୁଛନ୍ତି କଣ୍ଡୁରୀ ଗୋସେଇଁ ହେଉଛନ୍ତି ଋଷି କଣ୍ଡୁ। କାଳକ୍ରମେ ଲୋକମୁଖରେସେ କଣ୍ଡୁରୀ ଗୋସେଇଁ ନାମରେ ପରିଚିତ ହେଉଥିଲେ । ଏଠାରେ ଋଷି ଋଷ୍ୟଶୃଙ୍ଗ ତପସ୍ୟା କରି ସିଦ୍ଧିପ୍ରାପ୍ତ ହୋଇଥିଲେ। କଣ୍ଡୁରୀଗୋସେଇଁ ଥୁଲେ ବିରାଟ ଯୋଗୀ ଓ ସାଧକ। ପ୍ରାକୃତିକ ଶୋଭାରାଜି ଭବାଲିବନ୍ଧରେ ସାଧକ କଣ୍ଡୁରୀ ଗୋସେଇଁ ତପ ସାଧନା କରୁଥିଲେ।

ତାଙ୍କର ଅଲୌକିକତାରେ ସ୍ଥାନୀୟ ଲୋକେ ମୁଗ୍ଧ ଚକିତ ହେଉଥିଲେ।ଝାଟି ବୁଦାମୂଳେ ଋଷି ତପସ୍ୟା କରୁଥିଲେ। ବିରାଟକାୟ ଅଞ୍ଚଳ | ଜଙ୍ଗଲ ଝାଟି ବା ପତୁରିଆ ଗଛ ମାଡିବସି ବନ୍ଧ ଉପରେ ଏବେ ବି ତାର ଅଲୌକିକତାର ପରିଚୟ ଦେଉଛି।ମରୁଡି, ଦୁର୍ବିପାକ ହେଲେ ସେଇ ପଥୁରିଆ ବୃକ୍ଷ ମୂଳରେ ଲୋକେ ପଣାଭୋଗ ଦେଇ ବନ୍ଧ ତଳକୁ ଆସିଲେ ନିଶ୍ଚୟ ବର୍ଷା ହେବାର ବହୁ ଉଦାହରଣ ରହିଛି। ବ୍ରହ୍ମଗିରିର ବିଶିଷ୍ଟ ବୁଦ୍ଧିଜୀବୀମାନେ ସେଠାରେ ଏକ ଭବ୍ୟ ଆଶ୍ରମ ଓ ସାଧନା ମନ୍ଦିର ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି।ଏଥରେ ସ୍ଥାନୀୟ ଗ୍ରାମବାସୀମାନେ ନେତୃତ୍ୱ ନେଇଛନ୍ତି |

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଅଧୂକାରୀ ଏହି ସ୍ଥଳୀ ପରିଦର୍ଶନ କରି ପର୍ଯ୍ୟଟନ ସ୍ଥଳୀ ପାଇଁ ଅନୁକୂଳମତାମତ ଦେଇଛନ୍ତି। ପର୍ଯ୍ୟଟନ ର ସମସ୍ତ ସମ୍ଭାବନା ଏଠାରେ ରହିଅଛି।ମାତ୍ର ଭିତ୍ତିଭୂମି ପୀଠ,ବେଦ ବିଦ୍ୟାଳୟ, ପାଠାଗାର, ଗୋଶାଳା, ପ୍ରାର୍ଥନା ଗୃହ,ପାଚେରୀ,ସଂସ୍କୃତି ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି। ହଜାରେ ରୁ ଅଧିକ ଲୋକଙ୍କ ଗହଣରେ ସାଧନା ପୀଠର ଶିଳାନ୍ୟାସ ହେଲା।

ଭୀମେଶ୍ବର ମନ୍ଦିର ଠାରୁ ଋଷିବନ୍ଧ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଶହଶହ ମା ଭଉଣୀ ହରି ସଂକୀର୍ତ୍ତନ,ଜୟ ଜଗନ୍ନାଥ ଗାଇ ଚାଲୁଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି | ଅତିବଡ଼ୀ ପୀଠ, ବାଲିହରଚଣ୍ଡୀ ପୀଠ, ରେଣ୍ଢା ନୃସିଂହ, ପଞ୍ଚୁ ପାଣ୍ଡବପୀଠ, ଭାବକୁଣ୍ଡେଲଶ୍ୱର, ମାଣିକପାଟଣା, ଡ଼ିମିରିସେଣା ବାଲୁଙ୍କେଶ୍ୱର, ଶିରୁଳି ମହାବୀର ପୀଠ ର ଉନ୍ନତି ସହ ପର୍ଯ୍ୟଟନ ହବ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି |

No Result
View All Result